ବ୍ରିଜ୍‌ ତଳକୁ ଖସି ପଡ଼ିଲା ଗ୍ୟାସ୍ ସିଲିଣ୍ଡଲ ବୋଝେଇ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ବ୍ରିଜ୍‌ ତଳକୁ ଖସି ପଡ଼ିଲା ଗ୍ୟାସ୍ ସିଲିଣ୍ଡଲ ବୋଝେଇ ଟ୍ରକ୍‌

truck1

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନିକଟରେ ଥିବା ବ୍ରିଜ୍‌ ତଳକୁ ଏକ ଗ୍ୟାସ୍ ସିଲିଣ୍ଡଲ ବୋଝେଇ ଟ୍ରକ୍‌ ଆଜି ଖସି ପଡ଼ିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କ ନାଁ ମୃତ୍ୟୁଞ୍ଜୟ ଶ୍ରୀବାସ୍ତବ(୪୫)। ତାଙ୍କ ଘର ଜାମସେଦପୁର ଅଞ୍ଚଳରେ।

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଶୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଟ୍ରକ୍‌ଟି ଜାମସେଦପୁରରୁ ବାରିପଦା ଆସୁଥିଲା। ଭାରସାମ୍ୟ ହରାଇ ଏହା ବ୍ରିଜ୍‌ ତଳକୁ ଖସି ପଡ଼ିଥିବା କୁହାଯାଉଛି। ବ୍ରିଜ୍‌ରେ ଥିବା ପ୍ରୋଟେକ୍ସନ୍ ୱାଲ୍ ପୂର୍ବରୁ ଭାଙ୍ଗି ଥିବା କୁହାଯାଉଛି।



from Odisha Reporter https://ift.tt/2zHBQmJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages