ଏ କାମଟି ନ ହେଲେ ବିଜେପି ଉପରକୁ ଲୋକଙ୍କ ବିଶ୍ୱାସ ଉଠି ଯିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଏ କାମଟି ନ ହେଲେ ବିଜେପି ଉପରକୁ ଲୋକଙ୍କ ବିଶ୍ୱାସ ଉଠି ଯିବ!

baba

ଅହମ୍ମଦାବାଦ: ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ତା’ପୂର୍ବରୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଜୋରଦାର ବୟାନବାଜି ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଯୋଗ ଗୁରୁ ବାବା ରାମଦେବ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଅଧ୍ୟାଦେଶ ଆଣିବାକୁ ସେ କହିଛନ୍ତି।

ରବିବାର ଗୁଜରାଟର ଅହମ୍ମଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବାବା ରାମଦେବ କହିଥିଲେ,“ଯଦି ରାମ ମନ୍ଦିର ନିର୍ମାଣ କରା ନ ଯାଏ, ବିଜେପି ପ୍ରତି ଲୋକଙ୍କର ଯେଉଁ ବିଶ୍ୱାସ ରହିଛି, ତାହା ଉଠିଯିବ। ଆଉ ଏହା ଦଳ ପାଇଁ ଭଲ ସଙ୍କେତ ନୁହେଁ।”

ସେ ଆହୁରି କହିଛନ୍ତି,“ରାମ ରାଜନୀତିର ବିଷୟ ନୁହନ୍ତି। ରାମ ଦେଶର ଗୌରବ। ରାମ ହେଉଛନ୍ତି ଆମର ପୂର୍ବଜ। ସେ ଆମ ସଂସ୍କୃତି, ଗୌରବ ଓ ଆତ୍ମା। ତାଙ୍କୁ ନେଇ ରାଜନୀତି କରିବା ଉଚିତ୍‌ ନୁହେଁ। ଯଦି ଲୋକେ ନିଜେ ରାମ ମନ୍ଦିର ନିର୍ମାଣ କରିବାକୁ ଚାହୁଁଛନ୍ତି, ତା’ହେଲେ ଏହାର ଅର୍ଥ ନ୍ୟାୟପାଳିକା ଓ ସାଂସଦର ସମ୍ମାନ କରୁ ନାହାନ୍ତି।”



from Odisha Reporter https://ift.tt/2Qs0Dor

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages