ଯବାନ-ଆତଙ୍କବାଦୀ ଗୁଳି ବିନିମୟରେ ୩ ଆତଙ୍କୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଯବାନ-ଆତଙ୍କବାଦୀ ଗୁଳି ବିନିମୟରେ ୩ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ପୁଣି ଥରେ ସଫଳତା ମିଳିଛି। ପୁଲ୍‌ୱାମା ଜିଲ୍ଲା ଖାରପୁରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆତଙ୍କବାଦୀ ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ୍‌ ଆତଙ୍କବାଦୀ ଜହୁର ଠୋକର୍‌ର ମୃତ୍ୟୁ ଘଟିଛି। କୌଣସି ସଙ୍ଗିନ୍‌ ପରିସ୍ଥିତି ଘଟିବା ଆଗରୁ ଏହି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ମଧ୍ୟ ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳରେ ଅପରେସନ୍‌ ଜାରି ରଖିଛନ୍ତି।

ଦକ୍ଷିଣ କଶ୍ମୀରର ଏହି ଅଞ୍ଚଳର ସିର୍ନୂ ଗାଁରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଚଲାଇଥିବାବେଳେ ଏହି ଘଟଣା ଘଟିଛି। ଏହି ସ୍ଥାନରେ ଆତଙ୍କୀଙ୍କ ଉପସ୍ଥିତି ବାବଦରେ ଗୁଇନ୍ଦାଙ୍କଠାରୁ ଖବର ପାଇବାପରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ପରେ ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ହିଜବୁଲ ଆତଙ୍କବାଦୀ ସଂଗ୍ରଠନର କମାଣ୍ଡର ଜହୁର ସମେତ ତିନି ଜଣ ଆତଙ୍କବାଦୀଙ୍କ ନିହତ ହୋଇଥିଲେ।

ଜହୁର ଠୋକର୍‌ ୧୭୩ ଟେରିଟୋରିଆଲ ଆର୍ମିରେ ସଦସ୍ୟ ଥିଲା। ୨୦୧୬ ମସିହାରେ ସର୍ଭିସ ରାଇଫଲ ନେଇ ଫେରାର ହୋଇଯାଇ ଆତଙ୍କବାଦୀ ସଂଗ୍ରଠନରେ ସାମିଲ ହୋଇଥିଲା।

ଗତସପ୍ତାହରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଚଳିତ ବର୍ଷ ଏଭଳି ୨୩୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇପାରିଛି। ସେମାନଙ୍କ ମଧ୍ୟରୁ ଅଧିକରୁ ଅଧିକାଂଶ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2S4wFEC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages