
ଝାରସୁଗୁଡ଼ା (ଭାଗୀରଥି ସାହୁ): ଝାରସୁଗୁଡ଼ା ଜିଲ୍ଲା କଣ୍ଟାପାଲି ନିକଟରେ ଜାତୀୟ ରାଜପଥ ୪୯ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।
ଏଥିରେ ଟ୍ରେଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିସହ ଟ୍ରକ୍ ଡ୍ରାଇଭର ଓ ହେଲପର୍ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଟ୍ରକ୍ଟି ଝାରସୁଗୁଡ଼ା ଶ୍ୟାମ୍ ମେଟାଲିକ୍ରୁ ଛତିଶଗଡ଼ର ରାୟପୁରକୁ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରେଲର ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଟ୍ରକ୍ ଓ ଟ୍ରେଲରର ସମ୍ମୁଖ ଭାଗ ଚୂରମାର ହୋଇଯାଇଛି।
from Odisha Reporter https://ift.tt/2Gdun4x
No comments:
Post a Comment