ନଶିରୁଦ୍ଦିନ୍‌ଙ୍କ ସପକ୍ଷରେ ଏମିତି କହିଲେ ଆଶୁତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ନଶିରୁଦ୍ଦିନ୍‌ଙ୍କ ସପକ୍ଷରେ ଏମିତି କହିଲେ ଆଶୁତୋଷ

ନୂଆଦିଲ୍ଲୀ: ବୁଳନ୍ଦଶହର ହିଂସା ସମ୍ପର୍କରେ ବିବାଦୀୟ ବୟାନ ଦେଇ ସମାଲୋଚିତ ହୋଇଥିବା ବଳିଉଡ୍‌ର ଭେଟେରାନ୍‌ ଆକ୍ଟର୍‌ ନଶିରୁଦ୍ଦିନ୍‌ ଶାହାଙ୍କ ସପକ୍ଷରେ ବାହାରିଛନ୍ତି ଅଭିନେତା ଆଶୁତୋଷ ରାଣା। ସେ କହିଛନ୍ତି ଯେ ସାମାଜିକ ଶୁଣାଣି ପ୍ରକ୍ରିୟାରେ ଜଣେ ବ୍ୟକ୍ତିଙ୍କୁ ଭୟଶୂନ୍ୟ ଭାବେ ନିଜ ଭାବନା ପ୍ରକାଶ କରିବାକୁ ସୁଯୋଗ ମିଳିବା ଉଚିତ୍‌।

ଆଶୁତୋଷ କହିଛନ୍ତି, “ନିଜ ଭାବନା ବନ୍ଧୁ ଓ ସମାଜର ଅନ୍ୟମାନଙ୍କ ଆଗରେ ଭୟଶୂନ୍ୟ ଭାବେ ଉପସ୍ଥାପନ କରିବାର ଅଧିକାର ପ୍ରତ୍ୟେକ ବ୍ୟକ୍ତିଙ୍କର ରହିଛି। ଯଦି ଆମର କେହି ଭାଇ ବା ବନ୍ଧୁ କିଛି କହୁଛନ୍ତି, ତେବେ ଆମେ କେବଳ ତାହା ଶୁଣିବା ନୁହେଁ, ବରଂ ସେ ସମ୍ପର୍କରେ ଚିନ୍ତା କରିବା ମଧ୍ୟ ଆବଶ୍ୟକ।”

ତ୍ତରପ୍ରଦେଶ ବୁଲନ୍ଦଶହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ହିଂସାକୁ ନେଇ ଏକ ସାକ୍ଷାତକାରରେ ୬୮ ବର୍ଷୀୟ ବରିଷ୍ଠ ଅଭିନେତା ନଶିରୁଦ୍ଦିନ୍‌ କହିଥିଲେ, ”ଦେଶରେ ଏବେ ଉପୁଜୁଥିବା ପରିସ୍ଥିତି ନେଇ ମୋତେ ମୋ’ ପିଲାଙ୍କ ପାଇଁ ଡର ଲାଗୁଛି। ଯଦି ସେମାନଙ୍କୁ ଏକ ଗୋଷ୍ଠୀ ଘେରି ଯାଇ ପଚାରନ୍ତି, ତମେ ହିନ୍ଦୁ ନା ମୁସଲମାନ୍‌, ତେବେ ସେମାନେ କ’ଣ କହିବି। ମୋ’ ପିଲାଙ୍କ ପାଖରେ ଏହାର ଉତ୍ତର କିଛି ନାହିଁ। ଏବେ ସମାଜରେ ବିଷ ବ୍ୟାପି ଗଲାଣି ଏବଂ ଏହି ସ୍ଥିତି ନିକଟ ଭବିଷ୍ୟତରେ ସୁଧୁରିବାର କୌଣସି ସଙ୍କେତ ମିଳୁନାହିଁ।” ଦେଶରେ ଏପରି ସ୍ଥାନ ଅଛି ଯେଉଁଠି ଜଣେ ପୋଲିସ୍‌ମ୍ୟାନ୍‌ ତୁଳନାରେ ଏକ ଗାଈକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ଆଇନ୍ ଖିଲାପ କରୁଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ନଶିରୁଦ୍ଦିନ୍‌ କହିଥିଲେ।

ନଶିରୁଦ୍ଦିନଙ୍କ ଏପରି ମନ୍ତବ୍ୟକୁ  ବିଭିନ୍ନ ବର୍ଗରୁ କଡା ସମାଲୋଚନା କରାଯାଇଥିଲା।



from Odisha Reporter http://bit.ly/2LvVir6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages