
ନୂଆଦିଲ୍ଲୀ: ଅଗୁସ୍ତା ଡିଲ୍ରେ ଲାଞ୍ଚ ନେଇଥିବା ମଧ୍ୟସ୍ଥି ଖ୍ରୀଷ୍ଟିୟାନ୍ ମିଶେଲ୍ଙ୍କୁ ଦୁବାଇରୁ ପତ୍ୟର୍ପଣ କରି ଦିଲ୍ଲୀ ଅଣାଯିବା ପରେ ଏହାକୁ ନେଇ ରାଜନୀତିକ ମହଲରେ ଉଷ୍ମତା ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି।
ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଶେଷ ଦିନ ପ୍ରଚାର ହୋଇଥିବାବେଳେ ସେ ଏହି ପ୍ରସଙ୍ଗରେ କହିଥିଲେ,“ଏହି ମଧ୍ୟସ୍ଥି ଯେକି ସବୁ ତଥ୍ୟ ଗୋପନ ରଖି ଲାଞ୍ଚ ନେଇଥିଲା, ବର୍ତ୍ତମାନ ଦେଖିବାର ଅଛି ଯେତେବେଳେ ଗୋପନ କଥା ଆଉ ଗୋପନ ହୋଇ ନରହିବ କ’ଣ ହେବ। ଏହି ଭିଭିଆଇପି ହେଲିକପ୍ଟର ଡିଲ୍ ଆଉ ବେଶୀ ଦିନକୁ ନୁହେଁ।”
ତତ୍କାଳୀନ ୟୁପିଏ ସରକାରଙ୍କ ସମୟରେ ଶୀର୍ଷ ନେତାମାନଙ୍କ ପାଇଁ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡଠାରୁ ୩୬୦୦ କୋଟି ବ୍ୟୟରେ ୧୨ଟି ବିଳାସମୟ ହେଲିକପ୍ଟର କିଣାରେ ବ୍ରିଟିଶ ନାଗରିକ ମିଶେଲ୍ ଲାଞ୍ଚ ନେଇଥିବା ନେଇ ଭାରତ ତଦନ୍ତ ଜାରି ରଖିଛି। ଏହି ହେଲିକପ୍ଟରକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଭିଆଇପିଙ୍କ ବ୍ୟବହାର ପାଇଁ କିଣାଯାଇଥିଲା। ସେତେବେଳେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର କ୍ଷମତାସୀନ ଥିଲା ଏବଂ ସୋନିଆ ଗାନ୍ଧି ୟୁପିଏ ଓ କଂଗ୍ରେସର ଅଧ୍ୟକ୍ଷ ଥିଲେ।
ମୋଦି ଆଜି ଏହି ପ୍ରସଙ୍ଗରେ କହିଛନ୍ତି, ଦେଖିଲେ ତ ଆମେ କେମିତି ଭିଭିଆଇପି ହେଲିକପ୍ଟର ଦୁର୍ନୀତିର ମଧ୍ୟସ୍ଥିଙ୍କୁ ଧରିପାରିଲୁ ଏବଂ ଦୁବାଇରୁ ଦିଲ୍ଲୀ ନେଇ ଆସିଲୁ। ଏବେ ଦେଖିବା ବାକି ରହିଲା କଂଗ୍ରେସ କୋଠରୀରୁ କେଉଁ କଙ୍କାଳ ବାହାରୁଛି।
ଅଧିକ ପଢ଼ନ୍ତୁ- ଭାରତ ଆସିଲେ ଅଗୁସ୍ତା ମଧ୍ୟସ୍ଥି, ପ୍ରଥମେ ସିବିଆଇ ତାପରେ କୋର୍ଟରେ ଜେରା
from Odisha Reporter https://ift.tt/2rmUV9a
No comments:
Post a Comment