
ନୂଆଦିଲ୍ଲୀ:ସର୍ବସାଧାରଣରେ ଆପତ୍ତିଜନକ ଇସାରା। ରାଜଧାନୀ ଦିଲ୍ଲୀର ସହରର ଛାତି ଉପରେ ଅଶ୍ଳୀଳ ଇଙ୍ଗିତ କରି ୪ ଯୁବତୀ ଗିରଫ ହୋଇଛନ୍ତି। ସର୍ବସାଧାରଣ ସ୍ଥାନରେ ଅଶାଳୀନ ଇଙ୍ଗିତ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ୪ ଜଣ ଯୁବତୀଙ୍କୁ ଗିରଫ କରିଛି। ଦିଲ୍ଲୀର ରୋହିଣୀ ଇଲାକାରେ ଲୋକଙ୍କ ଅଭିଯୋଗ ଅନୁସାରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏହି ମହିଳାମାନେ ଦେହ ବ୍ୟାପାରରେ ଲିପ୍ତ ଥିବା ପୁଲିସ୍ ସନ୍ଦେହ କରୁଛି। ସୂଚନା ଅନୁଯାୟୀ ଗତ ସୋମବାର ପୁଲିସ ପାଖକୁ ଏକ କଲ୍ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, କିଛି ଲୋକେ ଉକ୍ତ ଇଲାକାରେ ଏକ ସେକ୍ସ ରାକେଟ୍ ଚଳାଉଛନ୍ତି।
ଯାହାଫଳରେ ସେଠାରେ ରହୁଥିବା ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ପୁଲିସ ସୂଚନା ଅନୁଯାୟୀ, କିଛି ମହିଳା ଉକ୍ତ ଇଲାକାରେ ଠିଆ ହୋଇ ଯାଆସ କରୁଥିବା ପଥିକମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। ତେବେ ଏହି ରାକେଟ୍ ପଛରେ ପୁରୁଷଙ୍କ ହାତ ଥିବା ପୁଲିସ୍ ସନ୍ଦେହ କରୁଛି।
ସୌଜନ୍ୟ: ଆଜ୍ତକ୍
from Odisha Reporter https://ift.tt/2QLPdNn
No comments:
Post a Comment