ମହାଗଠବନ୍ଧନ ଧନୀ ପରିବାର ମାନଙ୍କର ଅପବିତ୍ର ମେଣ୍ଟ:ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ମହାଗଠବନ୍ଧନ ଧନୀ ପରିବାର ମାନଙ୍କର ଅପବିତ୍ର ମେଣ୍ଟ:ମୋଦି

ଚେନ୍ନାଇ: ରବିବାର ପ୍ରସ୍ତାବିତ ମହାମେଣ୍ଟ ବା ମହାଗଠବନ୍ଧନକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ଭାରତୀୟ ଜନତା ପାର୍ଟି ବିରୋଧରେ ଲଢ଼ିବା ପାଇଁ ଦାନା ବାନ୍ଧୁଥିବା ଏହି ମହାଗଠବନ୍ଧନ ଧନୀ ପରିବାରଙ୍କ ବ୍ୟକ୍ତିଗତ ସ୍ଥିତି ବଞ୍ଚାଇବାପାଇଁ ଏକ ଅପବିତ୍ର ମେଣ୍ଟ।

ଚେନ୍ନାଇର ଚେନ୍ନାଇଠାରେ ବୁଥ୍‌ ସ୍ତରୀୟ ବିଜେପି କର୍ମୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସେ ଆହୁରି ମଧ୍ୟ କହିଥିଲେ, ଧନୀ ପରିବାରଙ୍କର ଏଭଳି ଅବୋଧ୍ୟ ମେଣ୍ଟକୁ ଲୋକେ ନିଶ୍ଚୟ ଜବାବ ଦେବେ।

ମୋଦି ଏହି ଅବସରରେ କହିଥିଲେ, ଏହି ମହାଗଠବନ୍ଧନରେ ପ୍ରମୁଖ ଭୂମିକା ନେଉଥିଲେ ହେଁ, ମନେପକାବାକୁ ହେବ ଏନ୍‌ଟି ରାମାରାଓ କଂଗ୍ରେସକୁ ବିରୋଧକରି ଏହି ଦଳ ଗଢ଼ିଥିଲେ। କଂଗ୍ରେସ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବାପରେ ‘ତେଲଗୁ’ ଲୋକଙ୍କ ସମ୍ମାନ ପାଇଁ ଏହି ଦଳ ଗଠିତ ହୋଇଥିଲା। କିନ୍ତୁ ଏବେ ଏହି ଦଳ କଂଗ୍ରେସ ସହିତ ହାତ ମିଶାଉଛି। ଆନ୍ଧ୍ର ଲୋକେ ଏହାକୁ କେମିତି ସହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ମହାମେଣ୍ଟ ସମାଜବାଦୀ ଡକ୍ଟର ରାମ ମନୋହର ଲୋହିଆଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି କହୁଥିବାବେଳେ ବାସ୍ତବରେ ଡକ୍ଟର ଲୋହିଆ କଂଗ୍ରେସକୁ ବିରୋଧ କରିଆସୁଥିଲେ। କଂଗ୍ରେସ ବିଭିନ୍ନ ବିଚାରଧାରା ସହିତ ସାଲିସ୍‌ କରିଥିବାରୁ ମୋଦି କଂଗ୍ରେସକୁ ଏକ ‘ସାଲିସ୍‌ ଦଳ’ କହିଛନ୍ତି।

ସେମାନଙ୍କ ଦଳ ଶାସନ କରିବା ସମୟରେ ଦୁର୍ନୀତି ଏବଂ ଅପରାଧର ପରିମାଣ ବଢ଼ିଛି। ସେମାନେ ମୁଲ୍ୟାୟମ୍‌ ସିଂହ ଯାଦବଙ୍କୁ କିପରି ହଇରାଣ କରିଛନ୍ତି ତାହା ସମସ୍ତେ ଜାଣନ୍ତି।

ଜୈନ୍‌ କମିଶନ୍‌କୁ ନେଇ ଡିଏମ୍‌କେ ଏବଂ କଂଗ୍ରେସ କିଭଳି ମୁହାଁ ମୁହିଁ ହୋଇଥିଲେ ତାହା ମଧ୍ୟ ଭୁଲିବା ଭଳି ନୁହେଁ ବୋଲି ସେ କହିଛନ୍ତି। କିନ୍ତୁ ଆଜି ଡିଏମ୍‌କେ ଏବଂ କଂଗ୍ରେସ ହାତ ମିଶାଇବା ସୁବିଧାବାଦ ନୁହେଁ ତ ଆଉ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2Cw62CQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages