ସଭାରେ ବେହୋସ୍‌ ହୋଇପଡ଼ିଲେ ନୀତୀନ୍‌ ଗଡ଼କରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ସଭାରେ ବେହୋସ୍‌ ହୋଇପଡ଼ିଲେ ନୀତୀନ୍‌ ଗଡ଼କରୀ

ଅହମ୍ମଦନଗର: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ୍ ଗଡ଼କରୀ ମହାରାଷ୍ଟ୍ରର ଅହମ୍ମଦନଗରଠାରେ ମହାତ୍ମା ଫୁଲେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସଭାରେ ହଠାତ୍ ବେହୋସ୍ ହୋଇଯାଇଥିବା ଜଣାଯାଇଛି। ସେ ମଞ୍ଚରେ ଏକ ଚେୟାର୍‌ରେ ହିଁ ବସିଥିଲେ ଏବଂ ପ୍ରାୟ ପଡ଼ିବା ଅବସ୍ଥାକୁ ଚାଲିଆସିଥିଲେ।

ଏହି ସମୟରେ ସଭାରେ ଉପସ୍ଥିତ ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ତାଙ୍କୁ ଧରିନେଇଥିଲେ।


ଉତ୍ସବରେ ନିଜର ଅଭିଭାଷଣ ଶେଷ କରି ନିଜ ଆସନକୁ ଫେରି ଆସିଥିଲେ। ଏହାପରେ ଜାତୀୟସଙ୍ଗୀତ ଗାନ କରାଯିବା ସମୟରେ ଉଠିବାକୁ ପ୍ରୟାସ କରୁଥିବାବେଳେ ହଠାତ୍ ବେହୋସ୍ ହୋଇଗଲେ ଏବଂ ପ୍ରାୟ ପଡ଼ିଯିବା ସ୍ଥିତିକୁ ଚାଲିଆସିଥିଲେ।

ଏହାର ୧୦ ମିନିଟ୍‌ ପରେ ସେ ସାଷ୍ଟାଙ୍ଗ ହେବାପରେ ହସ୍ପିଟାଲ୍‌ ନିଆଯିବା ଆଗରୁ ତାଙ୍କୁ ମିଠା ଏବଂ ପାଣି ଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱସ୍ଥ୍ୟାବସ୍ଥା ସ୍ଥିର ରହିଛି। ‘ଲୋ ବ୍ଲଡ୍‌ ସୁଗାର୍‌ ଲେବଲ୍‌’ କାରଣରୁ ଏଭଳି ହୋଇଥିବା ପ୍ରାଥମିକ ସ୍ଥିତିରୁ ଜଣାଯାଇଛି।

ସଡ଼କ ଓ ପରିବହନ, ଜଳସମ୍ପଦ ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ସ୍ୱଚ୍ଛ ଗଙ୍ଗା ଭଳି ଦାୟିତ୍ୱରେ ଥିବା ନୀତିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରଣାଳୟରେ ସବୁଠାରୁ ପରିଶ୍ରମୀ ମନ୍ତ୍ରୀଭାବେ ଚର୍ଚ୍ଚିତ।



from Odisha Reporter https://ift.tt/2BW1rde

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages