ଚୁଡ଼ି ପିନ୍ଧିବାର ମହତ୍ତ୍ୱ ନେଇ ଏମିତି କୁହେ ଜ୍ୟୋତିଷ ଶାସ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଚୁଡ଼ି ପିନ୍ଧିବାର ମହତ୍ତ୍ୱ ନେଇ ଏମିତି କୁହେ ଜ୍ୟୋତିଷ ଶାସ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ହିନ୍ଦୁ ଧର୍ମର ପରମ୍ପରାରେ ଚୁଡ଼ି କେବଳ ଅଳଙ୍କାର ନୁହେଁ, ବରଂ ସଧବା ନାରୀଙ୍କ ପ୍ରତୀକ। ମହିଳାମାନେ ଚୁଡି ପିନ୍ଧିବା ପଛରେ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଏହା ସହ ହିନ୍ଦୁ ସମାଜତତ୍ତ୍ୱରେ ଚୁଡ଼ି ଜନ୍ମଠାରୁ ମୃତ୍ୟୁ ଯାଏ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଥାଏ।

ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ନାରୀଙ୍କ ପାଇଁ ଚୁଡ଼ି ପିନ୍ଧିବାର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି।

୧. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚୁଡ଼ିରୁ ଆସୁଥିବା ଶଦ୍ଦରୁ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ ଏବଂ ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହିଥାଏ।

୨. ସଧବା ନାରୀ ସୁନା ବଦଳରେ ଅଧିକ କାଚ ଚୁଡ଼ି ପିନ୍ଧିବାକୁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି। କାଚ ଚୁଡ଼ି ପିନ୍ଧିଲେ, ସ୍ୱାମୀ ଓ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଭଲ ପଡ଼ିବା ସହ ସ୍ୱାମୀଙ୍କ ଆୟୁ ବୃଦ୍ଧିରେ ଏହା ସହାୟକ ହୋଇଥାଏ।

୩. ସେହିପରି ବିଧବା ମହିଳାଙ୍କୁ ହାତ ଖାଲି ନ କରି ସୁନା ଚୁଡ଼ି ପିନ୍ଧିବାକୁ କୁହାଯାଏ। ଏହା ଦ୍ୱାରା ସଂପୃକ୍ତ ମହିଳା ଓ ତାଙ୍କ ପିଲାଙ୍କୁ ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ।

୪. ସନ୍ତାନ ଜନ୍ମ ହେବା ପରେ ତାକୁ ରୁପା ଚୁଡ଼ି ପିନ୍ଧା ଯାଇଥାଏ। ଏହା ଶିଶୁଙ୍କୁ ନକାରାତ୍ମକ ଶକ୍ତିରୁ ରକ୍ଷା କରେ ବୋଲି ଜ୍ୟୋତିଷ ଶାସ୍ତ୍ର କୁହେ।

୫. କେବଳ ମହିଳା ନୁହେଁ, ଅବିବାହିତ ଝିଅମାନଙ୍କୁ ମଧ୍ୟ ଚୁଡ଼ି ପିନ୍ଧିବାକୁ କୁହାଯାଇଛି। କାରଣ ଝିଅମାନେ ହାତ ଖାଲି କଲେ ବାପା ଓ ଭାଇଙ୍କର ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ବିଗିଡ଼ିଥାଏ ବୋଲି ବିଶ୍ସାସ କରାଯାଏ।

୬. ଯେଉଁ ଘରେ ମହିଳମାନେ ଚୁଡ଼ି ପିନ୍ଧନ୍ତି ନାହିଁ, ସେଠାରେ ଧନ ଅଭାବ ସହ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇଥାଏ।

୭. ଚୁଡ଼ି ଶୁଭ ଓ ଅଶୁଭର ବହୁ ସଙ୍କେତ ମଧ୍ୟ ଦେଇଥାଏ। ଚୁଡ଼ି ଭାଙ୍ଗି ଗଲେ କି ଏଥିରେ ଫାଟ ହୋଇଗଲେ ଏହାକୁ ଅଶୁଭ ମନେ କରାଯାଏ। କୁହାଯାଏ ଯେ ଏହା ମହିଳା କିମ୍ବା ତାଙ୍କ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟହାନି କିମ୍ବା କୌଣସି ସମସ୍ୟାର ସଙ୍କେତ ଦେଇଥାଏ।



from Odisha Reporter https://ift.tt/2LiPUYx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages