
ମୁମ୍ବାଇ: ରାହୁଲ-ଅଞ୍ଜଲୀ ବା ରାଜ୍-ସିମ୍ରନ୍ ଚରିତ୍ରରେ ଦର୍ଶକଙ୍କ ମନ ଜିଣିଥିବା ଖୁବ୍ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ଶାହାରୁଖ୍ ଖାନ୍ ଓ କାଜୋଲ୍। ଦୁହେଁ ବଲିଉଡ୍ ଜଗତକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କୁ ସ୍କ୍ରିନ୍ରେ ଏକାଠି ଦେଖିବାକୁ ଦର୍ଶକ ଚାହିଁ ବସିଥାନ୍ତି। ଆଉ ଏହା ଜାଣିଲାପରେ ସମସ୍ତେ ନିହାତି ଖୁସି ହେବେ ଯେ, ଦୁହିଁଙ୍କୁ ପରଦାରେ ପୁଣିଥରେ ଏକାଠି ଦେଖିବାକୁ ମିଳିବ।
ଏହି ଯୋଡ଼ି ଖୁବ୍ ଶୀଘ୍ର ଏକ ଫିଲ୍ମର ସିକ୍ୱେଲରେ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମ ନିର୍ମାତା ଦିନେଶ ବିଜନ୍ ନିଜର ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ହିନ୍ଦୀ ମିଡିୟମ୍-୨’ର ସିକ୍ୱେଲ୍ ନିର୍ମାଣ କରିବାକୁ ଯାଉଛନ୍ତି। ଯେଉଁଥି ପାଇଁ ଉଭୟ କିଙ୍ଗ୍ ଖାନ୍ ଓ କାଜୋଲଙ୍କୁ ଅଭିନୟ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ଶୁଣିବାକୁ ମିଳିଛି।
୨୦୧୭ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ହିନ୍ଦୀ ମିଡିୟମ୍’ରେ ଇରଫାନ୍ ଖାନ୍ ଲିଡ୍ ଚରିତ୍ରରେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ସାକେତ ଚୌଧୁରୀ। ତେବେ ‘ହିନ୍ଦୀ ମିଡିୟମ୍-୨’ରେ ପୂର୍ବଭଳି ଇରଫାନ୍ ଖାନ୍ ନିଜ ଭୂମିକାରେ ରହିବେ। ଇର୍ଫାନ୍ଙ୍କ ଦେହ ଭଲ ନଥିବାରୁ ଏଥର ପ୍ରଯୋଜକ ଦିନେଶ ଭିଜାନ ଇର୍ଫାନ୍ଙ୍କ ସହ ନୂଆ ଷ୍ଟାର କାଷ୍ଟ୍ଙ୍କୁ ନେଇ ‘ହିନ୍ଦୀ ମିଡିୟମ୍ର-୨’ ତିଆରି ହେବ। ଏହି ଫିଲ୍ମର ଶୁଟିଂ ଭାରତ ସହ ଆମେରିକାରେ ହେବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2EvCVBc
No comments:
Post a Comment