ଡାଇଜେଷ୍ଟିଭ୍‌ ବିସ୍କୁଟ୍‌ ଖାଉଛନ୍ତି, କି? ସାବଧାନ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଡାଇଜେଷ୍ଟିଭ୍‌ ବିସ୍କୁଟ୍‌ ଖାଉଛନ୍ତି, କି? ସାବଧାନ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଏବେ ଅଧିକାଂଶ ସ୍ୱାସ୍ଥ୍ୟ ସଚେତନ ଲୋକ ବାହାର ଖାଦ୍ୟ ନ ଖାଇ ଘରୋଇ ଖାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ସାଧାରଣତଃ ଡାଇବେଟିସ୍‌ ରୋଗୀମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ଥାଆନ୍ତି। ଏହି ରୋଗୀ ଖାଇବା ଅର୍ଡର୍‌ କରିବାବେଳେ  ବିସ୍କୁଟ୍‌ ଭଳି ହେଲ୍‌ଦି ସ୍ନାକସ୍‌ ଖାଇବା ପାଇଁ ପସନ୍ଦ କରନ୍ତି। ବିସ୍କୁଟ୍‌ ମଧ୍ୟ ପ୍ରାୟ ପ୍ରତ୍ୟେକଙ୍କ ଘରେ ଉପଲବ୍ଧ। ଏପରିକି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏବେ ଡାଇଜେଷ୍ଟିଭ୍‌ ବିସ୍କୁଟ୍‌ ମଧ୍ୟ ବଜାରରେ ମିଳୁଛି।

ଏହି ଡାଇଜେଷ୍ଟିଭ୍‌ ବିସ୍କୁଟ୍‌କୁ ଅନ୍ୟ ବିସ୍କୁଟ୍‌ ତୁଳନାରେ ଅଧିକ ହେଲ୍‌ଦି ବୋଲି କୁହାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି, ଯେଉଁ ବିସ୍କୁଟ୍‌କୁ ଆପଣ ହେଲ୍‌ଦି ବୋଲି ଭାବି ଖାଉଛନ୍ତି, ତାହା ସତରେ ଆପଣଙ୍କ ଶରୀର ପାଇଁ କେତେ ଉପକାରୀ? ଯଦି ଜାଣିନାହାନ୍ତି, ଆସନ୍ତୁ ଜାଣିବା ବିସ୍କୁଟ୍‌ ଆମ ଶରୀର ପାଇଁ କେତେ ଉପକାରୀ।

ଡାଇଜେଷ୍ଟିଭ୍‌ ବିସ୍କୁଟ୍‌ରେ ଅନ୍ୟ ବିସ୍କୁଟ୍‌ ତୁଳନାରେ ଅଧିକ ପ୍ରୋଟିନ୍ ଥାଏ। ଏଥିରେ ଥିବା ପ୍ରୋଟିନ୍‌ ଓ ଫାଇବର୍ ଶରୀର ପାଇଁ ଉପକାରୀ। କିନ୍ତୁ ଆପଣ ହୁଏତ ଜାଣିନାହାନ୍ତି, ଏଥିରେ ଚିନି, ଲୁଣ, ଫ୍ୟାଟସ୍‌ ଓ ରିଫାଇନ୍‌ଡ୍‌ ମଇଦା ମଧ୍ୟ ରହିଛି।

ଆପଣ ବଜାରରୁ ଆଣୁଥିବା ଅନ୍ୟ ବିସ୍କୁଟ୍‌ ଅଧିକ ଦିନ ରହିବା ପାଇଁ ଯେପରି ସେଥିରେ ପ୍ରିଜର୍‌ବେଟିଭ୍‌ ଦିଆଯାଏ, ସେହିପରି ଡାଇଜେଷ୍ଟିଭ୍‌ ବିସ୍କୁଟ୍‌ରେ ମଧ୍ୟ ପ୍ରିଜର୍‌ବେଟିଭ୍‌ ଦିଆଯାଇଥାଏ। ଏଥିରେ ହାଇ ସୋଡିୟମ୍‌ କଣ୍ଟେଣ୍ଟ୍‌ ମଧ୍ୟ ମିଶିଥାଏ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ପ୍ୟାକେଟ୍‌ ଆଳୁ ଚିପ୍ସ୍‌ରେ ଯେତିକି ସୋଡିୟମ୍‌ ରହିଛି, ଗୋଟିଏ ଡାଇଜେଷ୍ଟିଭ୍‌ ବିସ୍କୁଟ୍‌ ପ୍ୟାକେଟ୍‌ରେ ସେହି ମାତ୍ରାର ସୋଡିୟମ୍‌ ଥାଏ।

ଡାଇଜେଷ୍ଟିଭ୍‌ ବିସ୍କୁଟ୍‌ରେ ୧୦ ପ୍ରତିଶତ ସ୍ୟାଚୁରେଟେଡ୍‌ ଫ୍ୟାଟ୍‌ ରହିଛି, ଯାହା ଶରୀରର କ୍ଷତି କରିଥାଏ। ଯାହାକୁ ଆପଣ ହେଲ୍‌ଦି ବୋଲି ଚିନ୍ତା କରି ଖାଉଛନ୍ତି, ସେହି ବିସ୍କୁଟ୍‌ ଆପଣଙ୍କ ଶରୀରର ଅନେକ କ୍ଷତି ମଧ୍ୟ କରିଥାଏ। ତେଣୁ ଏପରି ଡାଇଜେଷ୍ଟିଭ୍‌ ବିସ୍କୁଟ୍‌ ଖାଇବା ପୂର୍ବରୁ ଡାଇବେଟିସ୍‌ ଆକ୍ରାନ୍ତ ବ୍ୟକ୍ତି ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

 



from Odisha Reporter https://ift.tt/2A5a7fU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages