ଭାରତକୁ ଡବଲ୍‌ ଝଟକା: ପୂଜାରା ଓ ବିରାଟ ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଭାରତକୁ ଡବଲ୍‌ ଝଟକା: ପୂଜାରା ଓ ବିରାଟ ଆଉଟ୍

virat

ମେଲବର୍ଣ୍ଣ: ଆଉ ଏକ ଟେଷ୍ଟ୍ ଶତକରୁ ଅଳ୍ପ ଦୂରରେ ରହିଗଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ମେଲବର୍ଣ୍ଣରେ ଚାଲିଥିବା ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୮୨ ରନ୍‌ରେ ଆଉଟ୍ ହୋଇଯାଇଛନ୍ତି ବିରାଟ। ତେବେ ସେ ଆଉଟ୍ ହୋଇଯିବାର ମାତ୍ର କିଛି ସମୟ ମଧ୍ୟରେ ଶତକୀୟ ପାଳି ଖେଳିଥିବା ଚେତେଶ୍ୱର ପୂଜାରା ବି ଆଉଟ୍ ହୋଇଯାଇଛନ୍ତି। ତେଣୁ ଭାରତକୁ ଡବଲ୍ ଝଟକା ଲାଗିଛି।

ଗତକାଲି ୪୭ ରନ୍ କରି ଅପରାଜିତ ଥିବା ବିରାଟ ଆଜି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୦ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୪ ବଲ୍‌ରେ ୮୨ ରନ୍ କରି ସେ ମିଚେଲ୍ ଷ୍ଟାର୍କଙ୍କ ଏକ ବଲ୍‌ରେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୯ଟି ଚୌକା ସହାୟତାରେ ୮୨ ରନ୍ କରିଥିଲେ।

ଅନ୍ୟପକ୍ଷରେ ୬୯ ରନ୍ କରି ଗତକାଲିଠାରୁ ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରଣ କରିଥିଲେ। ଏହା ହେଉଛି ତାଙ୍କ ଟେଷ୍ଟ୍ କ୍ୟାରିୟରର ୧୭ତମ ଶତକ। ସେ ୩୧୯ ବଲ୍‌ରେ ୧୦ ଚୌକା ସହାୟତାରେ ୧୦୬ ରନ୍ କରି ପ୍ୟାଟ୍ କମିନ୍‌ସଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି।

ବିରାଟ ୧୨୨.୫ ଓଭରରେ ଆଉଟ୍ ହୋଇଥିବା ବେଳେ ପୂଜାରା ୧୨୫.୪ ଓଭରରେ ଆଉଟ୍ ହୋଇଥିଲେ।

ଶେଷ ଖବର ଲେଖାଯିବା ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୩୦୮ ରନ୍ କରିଛି। ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମା କ୍ରିଜ୍‌ରେ ଅଛନ୍ତି।



from Odisha Reporter http://bit.ly/2SnvBvo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages