ନିୟମ ଭାଙ୍ଗିଲେ, ଅଟକାଇବାରୁ ବନେଟ୍‌ରେ ଘୋଷାଡ଼ିନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ନିୟମ ଭାଙ୍ଗିଲେ, ଅଟକାଇବାରୁ ବନେଟ୍‌ରେ ଘୋଷାଡ଼ିନେଲେ

ଗୁରୁଗ୍ରାମ: ଟ୍ରାଫିକ୍ ନିୟମ ଭାଙ୍ଗି ଭୁଲ୍‌ ଦିଗରେ ଗାଡ଼ି ଚଲାଉଥିବା ସମୟରେ ଅଟକାଇବାରୁ ଚାଳକ ଜଣକ ଗୁରୁଗ୍ରାମ ଟ୍ରାଫିକ୍‌ ପୁଲିସ୍‌ଙ୍କୁ କାର୍‌ ବନେଟ୍‌ରେ ଘୋଷାଡ଼ି ନେଇଥିବା ଜଣାଯାଇଛି।

ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାଯାଉଛି ଚାଳକ ଜଣକ ଗାଡ଼ି ବୁଲାଇ ଖସିଯିବାକୁ ପ୍ରୟାସ କରିବାରୁ ପୁଲିସ୍‌ ଅଧିକାରୀ ଜଣକ କାର୍‌କୁ ଅଟକାଇଥିଲେ। ଏପରିକି ସେ ନଶୁଣିବାରୁ ପୁଲିସ୍‌ ଅଧିକାରୀ ଜଣକ ବନେଟ୍‌ ଉପରକୁ ଡେଇଁପଡ଼ି ଝୁଲି ରହିଥିଲେ। ତଥାପି ଚାଳକ ଜଣକ ଶୁଣିନଥିଲେ ଏବଂ ସେମିତି କିଛି ଦୂର ଟାଣିନେଇଥିଲେ।

ଗୁରୁଗ୍ରାମର ସିଗ୍‌ନେଚର୍‌ ଟାୱାର ଛକରେ ଏହି ଘଟଣା ଘଟିଛି। ବର୍ତ୍ତମାନ ଚାଳକ ଜଣଙ୍କୁ ଗିରଫ କରାଯାଇ କାର୍‌ଟିକୁ ଜବତ କରାଯାଇଛି।



from Odisha Reporter https://ift.tt/2POwBqA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages