ରଥଯାତ୍ରା ପାଇଁ ଅନୁମତି ନମିଳିବାରୁ ହାଇକୋର୍ଟ ଗଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ରଥଯାତ୍ରା ପାଇଁ ଅନୁମତି ନମିଳିବାରୁ ହାଇକୋର୍ଟ ଗଲା ବିଜେପି

କୋଲକତା: ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ଯୋଜନା କରିଥିବା ବିଜେପିକୁ ରାଜ୍ୟ ସରକାର ଅନୁମତି ନଦେବାଫଳରେ ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ଆଜି ମଧ୍ୟାହ୍ଣରେ ଜଷ୍ଟିସ୍‌ ବି ସୋମାଦେର୍‌ ଏବଂ ଜଷ୍ଟିସ୍‌ ଏ ମୁଖାର୍ଜୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିବେ।

ବିଜେପି ଅଧ୍ୟକ୍ଷ ଅମିତ ଶାହ ପଶ୍ଚିମବଙ୍ଗର କୁଚ୍‌ବେହାରଠାରେ ହେବାକୁ ଥିବା ଏହି ଶୋଭାଯାତ୍ରାର ଉଦ୍‌ଘାଟନ କରିବାର ଥିଲା। କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ କୋଲକତା ହାଇକୋର୍ଟର ଏକ ଏକକ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଯଦିଓ କୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତ ବିଜେପି ନେତା ସମ୍ମାନ ଜଣାଇଥିଲେ, କିଛି ନେତା ରାଜ୍ୟ ସରକାର ସୁରକ୍ଷା ଯୋଗାଇବାକୁ ଅସମର୍ଥ ଥିବାନେଇ ପ୍ରଶ୍ନ ଉଠାଇଥିଲେ।

ଏନେଇ ବିଜେପି ନେତା ମୁକୁଲ୍‌ ରାୟ କହିଥିଲେ, “ଯଦି ଆମର ରଥଯାତ୍ରା ସମୟରେ ସରକାର ଆଇନ ଶୃଙ୍ଖଳା ପରିଚାଳନା କରିବାକୁ ଅସମର୍ଥ, ତାହାଲେ ମୁଁ ଭାବୁଛି ରାଜ୍ୟରେ ରାଜ୍ୟପାଳ ଶାସନ ତୁରନ୍ତ ଲଗାଯାଉ।”

ଅନ୍ୟପକ୍ଷରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ପୋଷ୍ଟର ଯୁଦ୍ଧ ମଧ୍ୟ ଆରମ୍ଭ ହୋଇସାରିଛି। ବିଜେପି ଅମିତ ଶାହଙ୍କୁ ସ୍ୱାଗତ ଜଣାଇ ପୋଷ୍ଟର ମାରିଥିବାବେଳେ ଟିଏମ୍‌ସି ପୋଷ୍ଟରରେ ଲେଖାଅଛି, “ରଥରେ କେବଳ ମଦନମୋହନ ଚଢ଼ିପାରିବେ ଏବଂ ବିଜେପିର ରଥଯାତ୍ରା କାର୍ଯ୍ୟକ୍ରମ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ କରିବ।”

ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ପୂର୍ବରୁ କୁଚ୍‌ବେହାର ରାଜ୍ୟର ରାଜଧାନୀ ଥିବା ଏହି ସହରରେ ମଦନମୋହନଙ୍କର ଏକ ବୃହତ୍‌ ମନ୍ଦିର ରହିଛି। ପୁରୀ ଶ୍ରୀମନ୍ଦିରର ପ୍ରସିଦ୍ଧ ରଥଯାତ୍ରା ପରି ଏଥିରେ ମଧ୍ୟ ମଦନମୋହନ ମାଉସୀଙ୍କ ଘରକୁ ଯାତ୍ରା କରିଥାଆନ୍ତି।



from Odisha Reporter https://ift.tt/2rqZ242

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages