ପୁଅ ସହିତ ଫଟୋ ଟ୍ୱିଟ୍‌ କରି ସାନିଆ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ପୁଅ ସହିତ ଫଟୋ ଟ୍ୱିଟ୍‌ କରି ସାନିଆ କହିଲେ ଏମିତି କଥା

ନୂଆଦିଲ୍ଲୀ: ପୁଅ ଇଜ୍‌ହାନ୍‌ ସହିତ ଭାରତୀୟ ଟେନିସ୍ ତାରକା ତଥା ପାକିସ୍ତାନ ବୋହୁ ସାନିଆ ମିର୍ଜାଙ୍କର ଏକ ଫଟୋ ଏବେ ଇଣ୍ଟରନେଟ୍‌ରେ ବେଶ୍‌ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କର ଫଟୋକୁ ନେଇ ନୁହେଁ ବରଂ ସେ କରିଥିବା ଟ୍ୱିଟ୍‌ର ଶବ୍ଦ ସବୁକୁ ନେଇ। ଏଥିରେ ସେ ପୁଅକୁ ଦେଇପାରୁନଥିବା ସମୟ ଏବଂ ଖେଳ ଓ ଅନ୍ୟ କାମ ପାଇଁ ତା’ଠାରୁ ଦୂରରେ ରହୁଥିବା ନେଇ ଭାବ ବିହ୍ୱଳ ହୋଇ ଏହି ପୋଷ୍ଟ କରିଛନ୍ତି।

ଇଜ୍‌ହାନ୍‌କୁ କୋଳରେ ଧରିଥିବା ଏହି ଫଟୋ ସହିତ ସେ ଲେଖିଛନ୍ତି, “ଘରଠାରୁ ଦୂରରେ ରହିବା ଏତେ ଯେ କଷ୍ଟକର ହେବ ଜାଣିନଥିଲି। କାମରେ ସମ୍ପୂର୍ଣ୍ଣ ଗୋଟିଏ କଷ୍ଟକର ଦିନ, ପୁଣି ଇଜ୍‌ହାନ୍‌ଠାରୁ ଦୂରରେ। ଆଉ ଶେଷରେ ଏଇ ମୁହୂର୍ତ୍ତ ଟିକକ ପାଇଁ ମୁଁ ଫେରିଆସେ।”

ସାନିଆ ଏବଂ ତାଙ୍କ କ୍ରିକେଟର ପତି ଶୋଏବ୍‌ ମାଲିକ୍ ପୁଅର ନାମ ରଖିଛନ୍ତି ଇଜ୍‌ହାନ୍‌ ମିର୍ଜା-ମାଲିକ୍। ସେ ଖେଳଠାରୁ ସାମୟିକ ଦୂରେଇ ବର୍ତ୍ତମାନ ପୁଅର ଦାୟିତ୍ୱ ନେଇଥିବା ଜଣାଯାଇଛି।



from Odisha Reporter https://ift.tt/2BwdMmK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages