ଫ୍ୟାଶନେବଲ୍ ଗହଣା ଗୁଡ଼ିକୁ ଅଧିକ ଦିନ ଯାଏ ଏମିତି ରଖିବେ ନୂଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ଫ୍ୟାଶନେବଲ୍ ଗହଣା ଗୁଡ଼ିକୁ ଅଧିକ ଦିନ ଯାଏ ଏମିତି ରଖିବେ ନୂଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ଚାଲିଛି ଫ୍ୟାଶନେବଲ୍‌ ଗହଣାର ଟ୍ରେଣ୍ଡ୍‌। ଶାଢ଼ୀ କି ଡ୍ରେସ୍‌, ଜିନ୍ସ୍‌ ହେଉ ଅବା ସଲୱାର୍‌, ସବୁଥିରେ ଆଜିକାଲିର ଯୁବତୀମାନେ ଭିନ୍ନ ଭିନ୍ନ ଫ୍ୟାଶନେବଲ୍ ଅଳଙ୍କାର ପିନ୍ଧିବାକୁ ଭଲ ପାଉଛନ୍ତି। ହେଲେ ଏହି ଦାମୀ ଗହଣା ଗୁଡ଼ିକର ଚମକ୍‌ ଅଧିକ ଦିନ ଯାଏ ରୁହେ ନାହିଁ। ଖୁବ୍‌ଶୀଘ୍ର ଏ ଗୁଡ଼ିକ କଳା ପଡ଼ିଯାଏ,  ନହେଲେ ଏଥିରୁ ପଥର ଖସିଯାଏ ଅବା ଏହା ନଷ୍ଟ ହୋଇଯାଏ। ସଉକରେ କିଣିଥିବା ଫ୍ୟାଶନ୍ ଗହଣା ଶୀଘ୍ର ଖରାପ ହୋଇଗଲେ, ଆପଣଙ୍କ ମନ ବି ମରିଯାଏ। ତେଣୁ ଏଗୁଡ଼ିକୁ ଅଧିକ ଦିନ ଯାଏ ବ୍ୟବହାର କରିବାକୁ ହେଲେ, ଏ ସବୁର ଯତ୍ନ ନେବା ନିହାତି ଆବଶ୍ୟକ। ତେବେ ନିଜ ଫ୍ୟାଶନେବଲ୍‌ ଗହଣା ସବୁର ଚମକକୁ ବଜାୟ ରଖିବା ପାଇଁ ଏ ସବୁର ଯତ୍ନ ନେବା ଜରୁରୀ।

ଏବେ ଆସନ୍ତୁ ଜାଣବା, ଆପଣ କେମିତି ଫ୍ୟାଶନେବଲ୍‌ ଗହଣା ଗୁଡ଼ିକର ଯତ୍ନ ନେବେ।

୧. ଫ୍ୟାଶନେବଲ୍‌ ଗହଣା ଗୁଡ଼ିକୁ ସବୁବେଳେ ବ୍ୟବହାର କରନ୍ତୁ ନାହିଁ। ଏହାକୁ ପ୍ରତିଦିନ ପିନ୍ଧିଲେ, ଏହାର ରଙ୍ଗ ଓ ଚମକରେ ପରିବର୍ତ୍ତନ ଆସିଥାଏ।

୨. ଏହି ଅଳଙ୍କାର ଗୁଡ଼ିକୁ ଯତ୍ନର ସହ ରଖିଲେ, ଏହା ଶୀଘ୍ର ଖରାପ ହୁଏ ନାହିଁ। ଗହଣା ଗୁଡ଼ିକୁ ସାବଧାନତାର ସହ ତୁଳା, ଭେଲ୍‌ଭେଟ୍ ବାକ୍ସ ବା ଚେନ୍ ଥିବା ବ୍ୟାଗ୍‌ରେ ରଖନ୍ତୁ। ସମସ୍ତ ଅଳଙ୍କାରକୁ ଅଲଗା ଅଲଗା ରଖନ୍ତୁ, ଏହା ଦ୍ୱାରା ଏ ସବୁ ଏକାଠି ଛନ୍ଦି ହୋଇ ଛିଣ୍ଡିବ ନାହିଁ କି ଏଥିରୁ ମାଳି କି ପଥର ଖସିଯିବ ନାହିଁ।

୩. ପିତ୍ତଳ, ତମ୍ବା ବା ବ୍ରୋଞ୍ଜ୍‌ର ଅଳଙ୍କାର ଅକ୍ସିଡାଇଜ୍ଡ ହୋଇ ନିଜର ଅସଲି ରଙ୍ଗ ହରାଇଥାନ୍ତି। ସେଥିପାଇଁ କ୍ରିମ୍‌, ଲୋଶନ୍‌ ଓ ପର୍‌ଫ୍ୟୁମ୍‌ ଆଦି ଲଗାଇବା ପୂର୍ବରୁ ନିଜ ଗହଣାକୁ ଓହ୍ଲାଇ ରଖି ଦିଅନ୍ତୁ ।

୪. ଝାଳ ଓ ମଇଳା ଦ୍ୱାରା ଅଳଙ୍କାରର ଚମକ ଫିକା ପଡିଥାଏ। ତେଣୁ ନିଜ ଗହଣାକୁ ଅଧିକ ଦିନ ବ୍ୟବହାର କରିବା ପାଇଁ ଏହାକୁ ବ୍ୟବହାର କରିବା ପରେ ପ୍ରତ୍ୟେକ ଥର ସଫା କରିବାକୁ ଭୁଲନ୍ତୁ ନାହିଁ। ଏହାକୁ ନରମ କପଡ଼ା କିମ୍ବା ତୁଳା ଦ୍ୱାରା ସଫା କରନ୍ତୁ।

୫. ଫ୍ୟାଶନେବଲ୍‌ ଗହଣାକୁ ଏସିଡ୍, ଆଲକହଲ୍‌, ଭିନେଗାର ବା ଆମୋନିଆରେ ସଫା କରନ୍ତୁ ନାହିଁ।

 



from Odisha Reporter https://ift.tt/2C0GNbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages