ସମ୍ମାନ ରଖିଲେ ପୂଜାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ସମ୍ମାନ ରଖିଲେ ପୂଜାରା

pujara

ଏଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ଏଡିଲେଡ୍‌ରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍ ହରାଇ ୨୫୦ ରନ୍ କରିଛି।

ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୨୯ ରନ୍ କରି ଦଳର ୪ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଥିଲେ। ଲୋକେଶ ରାହୁଲ (୨), ମୁରଲୀ ବିଜୟ (୧୧), ବିରାଟ କୋହଲି (୩) ଓ ଆଜିଙ୍କ୍ୟ ରାହାଣେ (୧୩) ପୂରା ବିଫଳ ହୋଇଥିଲେ।

ଏଭଳି ସ୍ଥିତିରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ଓ ୧୧ ମାସ ପରେ ଟେଷ୍ଟ୍ ଟିମ୍‌କୁ ଫେରିଥିବା ରୋହିତ ଶର୍ମାଙ୍କ ଉପରେ ଗୁରୁ ଦାୟିତ୍ୱ ପଡ଼ିଥିଲା। ଚେତେଶ୍ୱର ତାଙ୍କ ଦାୟିତ୍ୱକୁ ଠିକ୍ ଭାବେ ତୁଲାଇ ଥିଲେ ଓ ଦଳକୁ ଏକ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହୋଇଥିଲେ। ତେବେ ଛଅ ନମ୍ବର ସ୍ଥାନରେ ଆସିଥିବା ରୋହିତ ଶର୍ମା ତାଙ୍କ ସହିତ ଅଧିକ ସମୟ ରହିପାରିଲେ ନାହିଁ। ୬୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରୋହିତ ୩୭ ରନ୍ (୨ଟି ଚୌକା ଓ ୩ଟି ଛକ୍କା) କରି ଆଉଟ୍ ହୋଇଯାଇଥିଲେ।

ଗୋଟିଏ ପରେ ଗୋଟିଏ ୱିକେଟ୍ ଖସୁଥିବା ବେଳେ ଧୈର୍ଯ୍ୟର ସହିତ ଖେଳିଥିଲେ ଚେତେଶ୍ୱର ପୂଜାରା। ସେ ୨୪୬ ବଲ୍‌ରୁ ୧୨୩ ରନ୍ କରିଥିଲେ। ଏଥିରେ ଥିଲା ୭ଟି ଚୌକା ଓ ୨ଟି ଛକା।

ପୂଜାରା ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୬ତମ ଶତକ ମାରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ତୃତୀୟ ଶତକ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ପ୍ରଥମ ଶତକ। ଏହା ସହିତ ଟେଷ୍ଟରେ ୫୦୦୦ ରନ୍ ମଧ୍ୟ ପୂରଣ କରିଛନ୍ତି। ୧୦୮ଟି ଇନିଂସରୁ ସେ ଏହି ସଫଳତା ପାଇଛନ୍ତି।
ପ୍ରଥମ ଦିନର ଖେଳ ଶେଷ ହେବାର ଟିକେ ପୂର୍ବରୁ ପୂଜାରା ଆଉଟ୍ ହୋଇଯାଇଥିଲେ। ୮୭.୫ ଓଭରରେ ସେ ରନ୍ ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ଥ ଓ ରବିଚନ୍ଦ୍ରନ ଅଶ୍ୱିନ ୨୫ ରନ୍ ଲେଖାଏ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଜୋଶ୍ ହାଜେଲ୍‌ଉଡ୍‌, ପ୍ୟାଟ୍ କ୍ୟୁମିନ୍‌ସ ଓ ନାଥାନ ଲିଅନ ୨ଟି ଲେଖାଏ ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2SvsSju

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages