
ନୂଆଦିଲ୍ଲୀ: ଗାଢ଼ ନୀଳ ରଙ୍ଗର ଜର୍ସି। ସେଥିରେ ଲେଖା ହୋଇଛି ମୋଦି। ସେହି ଜର୍ସିକୁ ଧରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ତାଙ୍କ ସହିତ ଅଛନ୍ତି ଫିଫାର ସଭାପତି ଜିଏନି ଇନ୍ଫ୍ୟାଣ୍ଟିନୋ। ଏମିତି ଏକ ଫଟୋକୁ ନିଜ ଟ୍ୱିଟର ଆକାଉଣ୍ଟର ପୋଷ୍ଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆର୍ଜେଣ୍ଟିନା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶନିବାର ଫିଫା ସଭାପତି ଏହି ଜର୍ସି ଦେଇଥିଲେ।
ମୋଦି ତାଙ୍କ ଟ୍ୱିଟରରେ ଲେଖିଛନ୍ତି,“କେହି ଆର୍ଜେଣ୍ଟିନା ଆସିବେ ଓ ଏଠାକାର ଫୁଟ୍ବଲ୍ ଖେଳ ବିଷୟରେ ଚିନ୍ତା କରିବେ ନାହିଁ, ତାହା ଅସମ୍ଭବ। ଭାରତରେ ଆର୍ଜେଣ୍ଟିନା ଖେଳାଳିମାନେ ବହୁତ ଲୋକପ୍ରିୟ।”
Impossible to come to Argentina and not think about football. Argentinian players are tremendously popular in India.
Today, received this jersey from @FIFAcom President Gianni Infantino. I thank him for the kind gesture. pic.twitter.com/6IszG7fyFC
— Narendra Modi (@narendramodi) December 1, 2018
ସେ ଆହୁରି ଲେଖିଛନ୍ତି,“ଆଜି ମତେ ଫିଫାର ସଭାପତି ଜିଏନି ଇନ୍ଫ୍ୟାଣ୍ଟିନୋ ଏହି ଜର୍ସି ଦେଇଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।”
ଗୁରୁବାର ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ୍ ଆୟର୍ସରେ ‘ୟୋଗ୍ ଫୋର୍ ପିସ୍’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୁଟ୍ବଲ୍ କେମିତି ଭାରତ ଓ ଆର୍ଜେଣ୍ଟିନାକୁ ଯୋଡ଼ିଛି, ସେ ବିଷୟରେ ବିଶେଷ ଭାବେ ବର୍ଣ୍ଣନା କରିଥିଲେ। ଭାରତରେ ଆର୍ଜେଣ୍ଟିନା ଫୁଟ୍ବଲ୍ ଖେଳାଳିଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ବୋଲି ସେ କହିଥିଲେ।
ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆର୍ଜେଣ୍ଟିନା ଯାଇଥିଲେ।
from Odisha Reporter https://ift.tt/2rghYT1
No comments:
Post a Comment