
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ସହରରୁ ବ୍ରାଉନ୍ ସୁଗାର୍ ଜବତ ହୋଇଛି। କଟକ ଅବକାରୀ ଗୁଇନ୍ଦା ବିଭାଗ ନେତୃତ୍ୱରେ ଖୋର୍ଦ୍ଧା ପୌରାଞ୍ଚଳ ମଠସାହି ଏବଂ ରାଧାମୋହନପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଏହି ବ୍ରାଉନ୍ ସୁଗାର ଜବତ କରାଯାଇଛି।
ଉଭୟ ସ୍ଥାନରୁ ମୋଟ ୨୯୫ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୯ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଘଟଣାରେ ରବୀନ୍ଦ୍ର ପ୍ରଧାନ ଏବଂ କୃଷ୍ଣଚନ୍ଦ୍ର ପଲେଇଙ୍କୁ ଅବକାରୀ ବିଭାଗ ଗିରଫ କରିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ କୃଷ୍ଣଚନ୍ଦ୍ରଙ୍କ ଶାଶୂଙ୍କୁ ମଧ୍ୟ ବ୍ରାଉନ୍ ସୁଗାର ରଖିବା ମାମଲାରେ ଖୋର୍ଦ୍ଧା ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲା।
from Odisha Reporter http://bit.ly/2GANANK
No comments:
Post a Comment