କଂଗ୍ରେସ ବାଟରେ ବିଜେପି, ଆସାମରେ କୃଷିଋଣ ଛାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

କଂଗ୍ରେସ ବାଟରେ ବିଜେପି, ଆସାମରେ କୃଷିଋଣ ଛାଡ଼

ଗୁଆହାଟୀ: କଂଗ୍ରେସର ଚାଷୀଙ୍କୁ ଖୁସି କରିବା ପାଇଁ ଋଣଛାଡ଼ କରିବା ଦେଖି ବିଜେପି ମଧ୍ୟ ସମାନ ନୀତି ଆପଣାଇଛି। ବିଜେପି ଶାସିତ ରାଜ୍ୟ ଆସାମରେ ସରକାର ଆଜି ୬୦୦ କୋଟିର କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଆସାମ ସରକାରଙ୍କ ମୁଖପାତ୍ର ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୱାରୀ ଏହି କୃଷି ଋଣ ଛାଡ଼ କଥା ଘୋଷଣା କରିବା ସହ ଏହା ଦ୍ୱାରା ରାଜ୍ୟର ୮ ଲକ୍ଷ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି। ଏଥିରେ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଋଣଛାଡ଼ କରାଯିବ।

ସେ କହିଛନ୍ତି, “ଚାଷୀମାନେ କରିଥିବା ଋଣରୁ ୨୫% ସରକାର ଭରଣା କରିବେ। ଯେଉଁ ଚାଷୀମାନେ କିଷାନ କ୍ରେଡିଟ୍‌ କାର୍ଡ ଜରିଆରେ ପିଏସ୍‌ୟୁ ବ୍ୟାଙ୍କରୁ ଋଣ ନେଇଥିବେ, ସେହି ଚାଷୀଙ୍କ ପାଇଁ ଏହି ଯୋଜନା ଲାଗୁ କରାଯିବ।

ସେହିପରି ସରକାର ବିନା ସୁଧରେ ଋଣ ନାମକ ଏକ ଯୋଜନା କରିଛନ୍ତି। ଯେଉଁଥିରେ ରାଜ୍ୟର ପ୍ରାୟ ୧୯ ଲକ୍ଷ ଚାଷୀ ବିନା ସୁଧରେ ଋଣ ନେଇପାରିବେ। ଏହି କୃଷିଋଣ ଛାଡ଼ ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ୬୦୦ କୋଟିର ଅତିରିକ୍ତ ବୋଝ ପଡ଼ିବ। ଯଦି କୌଣସି ଚାଷୀ କିଷାନ କ୍ରେଡିଟ୍‌ କାର୍ଡ ଜରିଆରେ ଋଣ ନେଇଥିବେ, ତା’ହେଲେ ତାଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳିବ।”

ଚାଷୀଙ୍କ ବ୍ୟତୀତ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳୁଥିବା ପେନସନର ପରିମାଣ ୨୦,୦୦୦ରୁ ୨୧ ହଜାରକୁ ବୃଦ୍ଧି କରାଯାଇଛି।

ଆସାମ ସରକାରଙ୍କ ପୂର୍ବରୁ ମଧ୍ୟପ୍ରଦେଶ ସରକାର ଚାଷୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରିଥିଲେ। ସେହିପରି ଛତିଶଗଡ଼ର କଂଗ୍ରେସ ସରକାର ୬,୧୦୦ କୋଟିର କୃଷି ଋଣ ଛାଡ଼ କରାଯିବ ବୋଲି ଘୋଷଣା କରିଛନ୍ତି।



from Odisha Reporter https://ift.tt/2EvyhTB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages