
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ୨୦୧୮ରେ ବହୁ ଷ୍ଟାର୍କିଡ୍ ବଲିଉଡ୍କୁ ଏଣ୍ଟ୍ରି କରିଥିଲେ। ଜାହ୍ନବୀ କପୁର, ଇଶାନ୍ ଖଟ୍ଟର ଓ ସାରା ଅଲ୍ଲୀ ଖାନ୍ଙ୍କ ପରି ପ୍ରତିଷ୍ଠିତ କଳାକାର ପରିବାରର ନୂଆ ପିଢିମାନେ ରୂପେଲି ପରଦାରେ ସେମାନଙ୍କ ଭାଗ୍ୟ ପରୀକ୍ଷାର ଯାତ୍ରା ଆରମ୍ଭ କରିଛନ୍ତି। ସେମାନଙ୍କ ଫିଲ୍ମ ବକ୍ସ ଅଫିସ୍ରେ ଭଲ କଲେକ୍ସନ୍ ବି କରିଛି। ଫ୍ୟାନ୍ସଙ୍କୁ ମଧ୍ୟ ଏହି ଷ୍ଟାର କିଡ୍ମାନଙ୍କ ଅଭିନୟରେ ଇମ୍ପ୍ରେସ୍ଡ୍ କରିପାରିଛି।
ଏମାନଙ୍କ ଭଳି ଆଉ କିଛି ଷ୍ଟାର୍କିଡ୍ ଅଛନ୍ତି, ଯେଉଁମାନେ ୨୦୧୯ରେ ବି’ ଟାଉନ୍ର ରିଲ୍ ଲାଇଫ୍କୁ ଏଣ୍ଟ୍ରି କରିବେ।
୧. ୨୦୧୯ରେ ଷ୍ଟାର୍ କିଡ୍ଙ୍କ ବଲିଉଡ୍ ଏଣ୍ଟ୍ରି କଥା ଆସିଲେ, ପ୍ରଥମ ନାଁ ଆସୁଛି ଅଭିନେତା ଚଙ୍କି ପାଣ୍ଡେ ଓ ଭାବନାଙ୍କ ଝିଅ ଅନାୟା ପାଣ୍ଡେ। ଅନାୟା ଆସନ୍ତା ବର୍ଷ କରନ୍ ଜୋହର୍ଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍’ରୁ ତାଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ କରିବାକୁ ଯାଉଛନ୍ତି। କରନ୍ ଜୋହର୍ ପୂର୍ବରୁ ଆଲିଆ ଭଟ୍ଟ ଓ ଜାହ୍ନବୀ କପୁର ପରି ଷ୍ଟାର୍ଙ୍କୁ ବଲିଉଡ୍ରେ ଲଞ୍ଚ୍ କରିଛନ୍ତି।
୨. ସେହିପରି ଅଭିନେତା ସନି ଦେଓଲ୍ଙ୍କ ପୁଅ କରନ୍ ବି ତାଙ୍କ ଫିଲ୍ମି କ୍ୟାରିଅର୍ ଆସନ୍ତା ବର୍ଷ ଆରମ୍ଭ କରିବେ। କରନ୍ ଫିଲ୍ମ ‘ପଲ ପଲ ଦିଲ୍ କେ ପାସ୍’ ଜରିଆରେ ବଲିଉଡ୍ ଡେବ୍ୟୁ କରିବେ। ବାପା ସନି ୧୯୮୩ ମସିହାରେ ଫିଲ୍ମ୍ ‘ବେତାବ୍’ ଜରିଆରେ ତାଙ୍କ ସଫଳ କ୍ୟାରିଅର୍ର ଶୁଭାରମ୍ଭ କରିଥିଲେ।
୩. ଅଭିନେତ୍ରୀ ନୂତନ୍ଙ୍କ ନାତୁଣୀ ତଥା କାଜଲ୍ଙ୍କ କଜିନ୍ ମନୀଷ ବହଲ୍ଙ୍କ ଝିଅ ପ୍ରନୂତନ୍ ବହଲ ମଧ୍ୟ ଆସନ୍ତା ବର୍ଷ ବଲିଉଡ୍ରେ ଏଣ୍ଟ୍ରି କରି ପାରନ୍ତି ବୋଲି ଜୋର୍ ଚର୍ଚ୍ଚା ହେଉଛି।
୪. ବଲିଉଡ୍ କିମ୍ବଦନ୍ତୀ ସ୍ୱର୍ଗତଃ ଅମରେଶ ପୁରୀଙ୍କ ନାତି ବର୍ଦ୍ଧନ ପୁରୀ ମଧ୍ୟ ଫିଲ୍ମ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ହୋଇସାରିଲେଣି। ସୂଚନା ଅନୁଯାୟୀ ବର୍ଦ୍ଧନଙ୍କୁ ଏବେଯାଏ ଦୁଇଟି ଫିଲ୍ମର ଅଫର୍ ମିଳିସାରିଲାଣି। ହେଲେ ସ କେଉଁ ଫିଲ୍ମରୁ ଡେବ୍ୟୁ କରିବେ, ତାହା ସ୍ପଷ୍ଟ ହୋଇନାହିଁ।
୫. ବୋନି କପୁର୍ ଓ ଶ୍ରୀଦେବୀଙ୍କ ସୁପୁତ୍ରୀ ଜାହ୍ନବୀ କପୁର ବକ୍ସ ଅଫିସ୍ରେ ନିଜ କମାଲ୍ ଦେଖାଇବା ପରେ ଏବେ ସାନ ଝିଅ ଖୁସି ମଧ୍ୟ ବଲିଉଡ୍ରେ ଏଣ୍ଟ୍ରି ପାଇଁ ଅନାଇ ରହିଛନ୍ତି। କୁହାଯାଉଛି, ଜାହ୍ନବୀଙ୍କ ଏହି ଭଉଣୀ ଆସନ୍ତା ବର୍ଷ ବଲିଉଡରେ ଡେବ୍ୟୁ କରି ତାଙ୍କୁ କଡ଼ା ଟକ୍କର ଦେବେ।
୬. ଏମାନଙ୍କ ବ୍ୟତୀତ ବଲିଉଡ୍ ବିଗ୍ ବି’ଙ୍କ ନାତୁଣୀ ନଭ୍ୟାନଭେଲି ୨୦୧୯ରେ ବଲିଉଡ୍ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ଜୋର୍ ହେଉଛି। ଅମିତାଭ୍ ବଚ୍ଚନଙ୍କ ଝିଅ ଶ୍ୱେତାଙ୍କ ଝିଅ ହେଉଛନ୍ତି ନଭ୍ୟାନଭେଲି ନନ୍ଦା।
from Odisha Reporter http://bit.ly/2QYwT3F
No comments:
Post a Comment