ଡେବ୍ୟୁ ଟେଷ୍ଟରେ ମୟଙ୍କ ମାରିଲେ ଅର୍ଦ୍ଧଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଡେବ୍ୟୁ ଟେଷ୍ଟରେ ମୟଙ୍କ ମାରିଲେ ଅର୍ଦ୍ଧଶତକ

mayank1

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଖେଳା ଯାଉଛି ତୃତୀୟ ଟେଷ୍ଟ୍ ମ୍ୟାଚ୍‌। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଚାଲିଥିବା ଏହି ମ୍ୟାଚ୍‌ରେ ଭାରତ ବ୍ୟାଟିଂ କରୁଛି।

ଏହି ମ୍ୟାଚ୍ ଜରିଆରେ ଆଜି ଟେଷ୍ଟ୍ ଡେବ୍ୟୁ କରିଛନ୍ତି ମୟଙ୍କ ଅଗ୍ରୱାଲ୍‌। ହନୁମା ବିହାରୀଙ୍କ ସହିତ ମିଶି ସେ ମ୍ୟାଚ୍ ଓପନ୍ କରିଥିଲେ। ହନୁମା ବିହାରୀ ୮ ରନ୍ (୬୬ ବଲ୍) କରି ଆଉଟ୍ ହୋଇଯାଇଥିଲେ ଯେ ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କରିବାରେ ସଫଳ ହୋଇଛନ୍ତି ମୟଙ୍କ।

ସେ କ୍ୟାରିୟରର ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ୯୪ ବଲ୍‌ରେ ୪୮ ରନ୍ କରିଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଏକ ଚୌକା ମାରି ସେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୯୫ ବଲ୍‌ରୁ ୫୨ ରନ୍ କରିଥିଲେ। ଏବେ ବି ସେ କ୍ରିଜ୍‌ରେ ଅଛନ୍ତି।

ମୟଙ୍କ ଅଗ୍ରୱାଲଙ୍କ ସହିତ ଚେତେଶ୍ୱର ପୂଜାରା ଅଛନ୍ତି। ଶେଷ ଖବର ଲେଖାଯିବା ସୁଦ୍ଧା ଦଳ ୮୫ ରନ୍ ସଂଗ୍ରହ କରିଥିଲା।

ମୟଙ୍କ ୪୬ଟି ଫାଷ୍ଟ୍ କ୍ଲାସ୍ ମ୍ୟାଚ୍ ଖେଳିଥିବା ବେଳେ ‘ଲିଷ୍ଟ୍ ଏ’ରେ ୭୫ ମ୍ୟାଚ୍ ଖେଳିଛନ୍ତି। ସେହିଭଳି ସେ ୧୧୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି।

ଓପନର ମୁରଲୀ ବିଜୟ ଓ କେ.ଏଲ୍ ରାହୁଲଙ୍କ ସ୍ଥାନରେ ଏହି ମ୍ୟାଚ୍‌ରେ ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ କରାଯାଇଛି।



from Odisha Reporter http://bit.ly/2V9Hib3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages