
ବ୍ୟାଙ୍କକ୍: ବ୍ୟାଙ୍କକ୍ରେ ଆୟୋଜିତ ୨୦୧୮ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଫିଲିପାଇନ୍ସର କୈଟ୍ରିଓନା ଗ୍ରେ’ଙ୍କ ମୁଣ୍ଡରେ ସାଜିଛି ମିସ୍ ୟୁନିଭର୍ସର ତାଜ୍। ସେ ବ୍ରହ୍ମାଣ୍ଡର ସୁନ୍ଦରୀ ଏ କଥା ବିଶ୍ୱସ୍ତରରେ ଗ୍ରହଣୀୟ ହୋଇଛି। କିନ୍ତୁ ଆପଣ ଜାଣନ୍ତି କି କେଉଁ ମହତ୍ ଉତ୍ତରଟି ଦେଇ ସେ ଏହି ଶ୍ରେଷ୍ଠସ୍ଥାନ ପାଇଛନ୍ତି ?
କୈଟ୍ରିଓନା ଯେତେବେଳେ ମଞ୍ଚରେ ଥିଲେ, ଜୁରୀ ପ୍ରଶ୍ନଟିଏ ପଚାରିଥିଲେ। ପ୍ରଶ୍ନ ଥିଲା – ଜୀବନରେ କେଉଁ ମହତ୍ୱପୂର୍ଣ୍ଣ ଶିକ୍ଷାକୁ ମିସ୍ ୟୁନିଭର୍ସ ତାଜ୍ ହାତେଇବାରେ ସେ ଉପଯୋଗ କରିଛନ୍ତି ବୋଲି। ଯାହାର ଉତ୍ତର ଦେଇ ସମସ୍ତଙ୍କ ମନ କିଣି ନେଇଥିଲେ କୈଟ୍ରିଓନା।
ସେ କହିଥିଲେ- ମୁଁ ମନିଲାର ବସ୍ତିରେ ବହୁତ କାମ କରିଛି। ଯେଉଁଠି ଜୀବନ ଦ୍ରରିଦ୍ରତମ ସ୍ଥିତିରେ ରହିଛି। ହେଲେ ମୁଁ ସେହି ଦୁଃଖ ଭିତରୁ ସୌନ୍ଦର୍ଯ୍ୟ ସାଉଁଟିବାର ଜ୍ଞାନ ଆହରଣ କରିଛି। ପାରିବି ଯଦି ଏହି ସୁନ୍ଦରତାକୁ ସମସ୍ତଙ୍କୁ ଅନୁଭବ କରାଇବି।
ନାଲି ରଙ୍ଗର ହାଇ ସ୍ଲିଟ୍ ଗାଉନ୍ରେ ଖୁବ୍ ସୁନ୍ଦର ଦିଶୁଥିବା କୈଟ୍ରିଓନା ଗ୍ରେଙ୍କ ମୁଣ୍ଡରେ ମିସ୍ ୟୁନିଭର୍ସ ତାଜ୍ ସାଜିବା ପରେ ଖୁବ୍ ଏକ୍ସସାଇଟେଡ୍ ଥିଲେ ସେ। ମିସ୍ ୟୁନିଭର୍ସ ୨୦୧୭ ଡେମି-ଲେ-ନେଲ୍-ପୀଟର୍ସ ତାଙ୍କୁ ତାଜ ପିନ୍ଧାଇଥିଲେ।
ପ୍ରତିଯୋଗୀମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଟୈମ୍ରିନ ଗ୍ରୀନ୍ ପ୍ରଥମ ରନର୍ସ- ଅପ୍ ଓ ଭେନେଜୁଏଲାର ଷ୍ଟେଫନୀ ଗୁଟରେଜ୍ ସେକଣ୍ଡ ରନର୍ସ ଅପ୍ ହୋଇଛନ୍ତି। ପ୍ରତିଯୋଗୀତାରେ ଭାରତରୁ ଅଂଶ ଗ୍ରହଣ କରିଥିବା ନେହାଲ ଚୁଡାସ୍ମା ଟପ୍ ୨୦ତମ ସ୍ଥାନରେ ରହିଥିଲେ।
from Odisha Reporter https://ift.tt/2BrK1DJ
No comments:
Post a Comment