
ପାଟ୍ନା: ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାନେଇ ପରିବାର ସହିତ ମନୋମାଳିନ୍ୟ କରିଥିବା ତେଜ୍ ପ୍ରତାପ ଯାଦବଙ୍କୁ ଏବେ ନୂଆ ଘର ମିଳିଯାଇଛି। ଜେଲ୍ରେ ଥିବା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ଙ୍କୁ ଘର ଯୋଗାଇବାରେ ସାହାଯ୍ୟ କରିଛନ୍ତି ତାଙ୍କ ‘ଚାଚା’ ବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।
୭ଏମ୍ ଷ୍ଟ୍ରାଣ୍ଡ୍ ରୋଡ୍ସ୍ଥିତ ଏହି ଘରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ କିଛି ମାସ ରହୁଥିଲେ। ବିଜେପି ସହିତ ମେଣ୍ଟ କରି ସରକାର ଆସିବାପରେ ନୂତନ ଘରକୁ ଚାଲିଯାଇଥିଲେ। ବର୍ତ୍ତମାନ ଯାଦବ ପରିବାର ରହୁଥିବା ବଙ୍ଗଳାଠାରୁ ଅଳ୍ପ କିଛି ମିଟର ଦୂରରେ ଥିବା ଏହି ଘର ଅନେକ ଦିନ ଧରି ଖାଲି ପଡ଼ିଛି।
ତେବେ ତେଜ୍ ଘର ପାଇବା କାହାଣୀ ଭାରି ରୋଚକ। ସେ ଏଥିପାଇଁ ଆବେଦନ କରିଥିଲେ ଏବଂ ଗୃହ ନିର୍ମାଣ ମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଏଥିରେ କାମ ନହେବାରୁ ସେ ‘ଚାଚା’ଙ୍କ ସହିତ କଥା ହୋଇଥିଲେ। ସେ ଫୋନ୍ରେ କହିଥିଲେ, “ଚାଚା! ମୋତେ ଘର ମିଳିବନି କି?”
ଏହାପରେ ନୀତୀଶ ଲାଲୁଙ୍କ ସହିତ ପରାମର୍ଶ କରି ଅଲଗା ଏକ ଘର ବ୍ୟବସ୍ଥା କରିଥିଲେ ଯାହାଫଳରେ ପତିପତ୍ନୀଙ୍କ ବିଚ୍ଛେଦରେ ସୁଧାର ଆସିବାରେ ସହାୟକ ହେବ।
ପୂର୍ବରୁ ଉଭୟ ତେଜ୍ ପ୍ରତାପ ଏବଂ ତେଜସ୍ୱୀ ଯାଦବ ଜେଡିୟୁ ଏବଂ ଆରଜେଡି ମେଣ୍ଟ ସରକରାରରେ ଯଥାକ୍ରମେ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ। ସେତେବେଳେ ଦୁହେଁ ନୀତୀଶଙ୍କୁ କଡ଼ା ସମାଲୋଚନା କରିଆସୁଥିଲେ।
from Odisha Reporter http://bit.ly/2ERoloF
No comments:
Post a Comment