
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ବିଲ୍ଡର ଅନମୋଲ୍ ସିଂହଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା ନୂଆମୋଡ଼ ନେଇଛି।
ଅନମୋଲ୍ ନିଜ ଗାଡ଼ି ଉପରକୁ ନିଜେ ଗୁଳିମାଡ଼ କରିଥିଲେ। ଏଥିସହ ତାଙ୍କ ସହଯୋଗୀଙ୍କ ଜରିଆରେ ଗୁଳି ଚଳାଇ ଏହାକୁ ନିଜ ଉପରେ ଆକ୍ରମଣର ରୂପ ଦେବାକୁ ଉଦ୍ୟମ କରିଥିବା ପୁଲିସ୍ ଅନୁସନ୍ଧାନରୁ ଜାଣିପାରିଛି।
ଏହି ଘଟଣାରେ ପୁଲିସ୍ ଅନମୋଲ୍ଙ୍କ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଗତ ଡିସେମ୍ୱର ୧୦ ତାରିଖ ରାତିରେ ବିଜୁ ଏକ୍ସପ୍ରେସ ୱେର ମାଣ୍ଡିଆ କୁଦର ନିକଟରେ ତାଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିବା ନେଇ ବ୍ରହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ ଅନମୋଲ୍।
ପୂର୍ବରୁ ୨୦୦୯ ଓ ୨୦୧୧ ମସିହାରେ ବି ତାଙ୍କ ଗାଡ଼ିକୁ ଗୁଳିମାଡ଼ ହୋଇଥିଲା। ଏଭଳି ଗୁଳିମାଡ଼ କରାଇ ସେ ପୁଲିସ୍ ସୁରକ୍ଷା ନେଉଥିଲେ ବୋଲି କୁହାଯାଉଛି।
from Odisha Reporter http://bit.ly/2Sb8vrX
No comments:
Post a Comment