
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁନିଆରେ ରଙ୍ଗର ଖୁବ୍ ମହତ୍ୱ ରହିଛି। ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ, ଶବ୍ଦ, ଭାବନାର ଏକ ରଙ୍ଗ ଥାଏ। ରଙ୍ଗର ଆଧାରରେ ସବୁ ଗ୍ରହ ନକ୍ଷେତ୍ର ଆପଣଙ୍କ ଜୀବନକୁ ସଞ୍ଚାଳନ କରିଥାନ୍ତି। ପ୍ରତ୍ୟେକ ଗ୍ରହର ମଧ୍ୟ ନିର୍ଦ୍ଧିଷ୍ଟ ରଙ୍ଗଥାଏ।
ଏଣୁ ଗ୍ରହ ଅନୁଯାୟୀ ରଙ୍ଗର ବସ୍ତ୍ର ବ୍ୟବହାର କରିବା ଆବଶ୍ୟକ ବୋଲି ଶାସ୍ତ୍ର କୁହେ।
ଆମେ ଆଜି ଆପଣଙ୍କୁ ମଙ୍ଗଳ ଗ୍ରହ ବିଷୟରେ କହିବୁ। ମଙ୍ଗଳ ଗ୍ରହର ରଙ୍ଗ ହେଉଛି ରକ୍ତବର୍ଣ୍ଣ ବା ଲାଲ୍।
ସାତ ରଙ୍ଗରେ ସବୁଠୁ ଅଧିକ ତୀବ୍ର ଶକ୍ତିର ରଙ୍ଗ ହେଉଛି ଲାଲ୍। ଏହା ସମସ୍ତଙ୍କୁ ଖୁବ୍ ପ୍ରଭାବିତ କରିଥାଏ। ଏଥିରେ ଖୁବ୍ ଅଧିକ ଉର୍ଜା ଓ ଶକ୍ତି ନିହିତ ରହିଛି। ଏହା ବ୍ୟକ୍ତିକୁ ସାହସ ଆତ୍ମବିଶ୍ୱାସ ଓ ଶକ୍ତି ପ୍ରଦାନ କରିଥାଏ। ଏହି ରଙ୍ଗର ସ୍ୱଭାବ ଓ ପ୍ରଭାବ ଯୋଗୁ ଏହା ମଙ୍ଗଳ ଗ୍ରହ ସହ ଜଡ଼ିତ। ନାଲି ରଙ୍ଗ ଧାରଣ କଲେ ଶକ୍ତି ମିଳେ, ଆଳସ୍ୟ ଦୂର ହୁଏ ଓ ଆତ୍ମ ବିଶ୍ୱାସ ବଢ଼େ।
ଏହି ବ୍ୟକ୍ତି ନାଲି ରଙ୍ଗ ଧାରଣ କରନ୍ତୁ ନାହିଁ- କ୍ରୋଧୀ ସ୍ୱଭାବର ବ୍ୟକ୍ତି ନାଲି ରଙ୍ଗ ଧାରଣ କରିବା ଉଚିତ୍ ନୁହେଁ। ଯଦି ଆପଣଙ୍କର ଏସିଡିଟି, ପେଟ ସମସ୍ୟା ରହିଛି ବା ମନ ଜଲ୍ଦି ଅଶାନ୍ତ ହୋଇଯାଉଛି ତା ହେଲେ ମଧ୍ୟ ନାଲି ରଙ୍ଗ ଧାରଣ କରନ୍ତୁ ନାହିଁ। ଯାତକରେ ରାହୁ-ମଙ୍ଗଳ କିମ୍ବା ମଙ୍ଗଳ-ଶନିର ରହିଥିବାରୁ ଉପରୋକ୍ତ ସମସ୍ୟା ଦେଖା ଦେଉଥାଇପାରେ। ଯାହାର ଯାତକରେ ପଞ୍ଚମ, ସପ୍ତମ ଓ ଅଷ୍ଟମ ସ୍ଥାନରେ ମଙ୍ଗଳ ଥାଏ ସେମାନେ ମଧ୍ୟ ଏପରି ରଙ୍ଗ ଧାରଣ କରିବା ଉଚିତ୍ ନୁହେଁ। ଜାଣି ରଖନ୍ତୁ ଯେ, ମିଥୁନ ଓ କନ୍ୟା ଲଗ୍ନ ଲୋକଙ୍କ ପାଇଁ ନାଲି ରଙ୍ଗ ସର୍ବାଧିକ ପ୍ରତିକୂଳ ।
କର୍କଟ ଓ ସିଂହ ରାଶିର ଲୋକଙ୍କ ପାଇଁ କିନ୍ତୁ ନାଲି ରଙ୍ଗ ଶୁଭ ହୋଇଥାଏ।
ଆପଣ ଚାହିଁଲେ ଲାଲ୍ ରଙ୍ଗର ଲୁଗା, ଚାଦର, ପରଦା ଓ କାନ୍ଥରେ ବ୍ୟବହାର କରିପାରିବେ।
ସୌଜନ୍ୟ-ଜନସତ୍ତା
from Odisha Reporter https://ift.tt/2RHzOd2
No comments:
Post a Comment