ଆପଣଙ୍କ ଷ୍ଟୋର୍‌ ରୁମ୍‌ ହୋଇପାରେ କୁପ୍ରଭାବର କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଆପଣଙ୍କ ଷ୍ଟୋର୍‌ ରୁମ୍‌ ହୋଇପାରେ କୁପ୍ରଭାବର କାରଣ

vastu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ଉପରେ ଗ୍ରହମାନଙ୍କ ପ୍ରଭାବ ରହିଥାଏ। ଯଦି ଗ୍ରହଙ୍କ ସ୍ଥିତି ଅନୁସାରେ ଘର ହୋଇନଥାଏ ଏହା କୁପ୍ରଭାବ ପକାଇଥାଏ। ଘରର ପ୍ରତିଟି ସ୍ଥାନକୁ କୌଣସି ନା କୌଣସି ଗ୍ରହ ପ୍ରତିନିଧିତ୍ୱ କରିଥାନ୍ତି। ଯେପରି, ନବଗ୍ରହଙ୍କ ମଧ୍ୟରେ ରାହୁ, ସୁଡଙ୍ଗ, ଗୁମ୍ଫା ଓ ଗୋଦାମ ଘରର ପ୍ରତିନିଧିତ୍ୱ କରିଥାନ୍ତି। ଉଚିତ ଦିଗରେ ଗୋଦାମ ଘର (ଷ୍ଟୋର୍‌ ରୁମ୍‌) କରିଥିଲେ ଓ ଆବଶ୍ୟକ ମୁତାବକ କବାଟ, ଝରକା କରିଥିଲେ ମଧ୍ୟ ଯଦି ସୂର୍ଯ୍ୟକିରଣ ପର୍ଯ୍ୟାପ୍ତ ପରିମାଣରେ ଆସୁନଥିବ ତେବେ ଘରେ ରାହୁଙ୍କ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ଆସନ୍ତୁ ଜାଣିବା ବାସ୍ତୁରେ ରାହୁ ଗ୍ରହଙ୍କ ମହତ୍ୱ ଓ ଏଥିରୁ ଶୁଭ ପରିଣାମ ପାଇବାର ଉପାୟ।

vastuକେଉଁଠି ଗୋଦାମ ଘର ରଖିବେ ନାହିଁ

ଘର ଭିତରେ ଲମ୍ବା ଗ୍ୟାଲେରୀ, ସୁଡ଼ଙ୍ଗ ଓ ଅନ୍ଧାର ସ୍ଥାନକୁ ଲଗାଇ ଗୋଦାମ ଘର ରଖନ୍ତୁ ନାହିଁ। ଯଦି ଘରେ ଏପରି ସ୍ଥାନରେ ଗୋଦାମ ଘର ଥିବ, ତେବେ ଉକ୍ତ ଘରେ ରହୁଥିବା ଲୋକଙ୍କୁ ବହୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ଘର ନିର୍ମାଣ କରିବା ବେଳେ ହେଉ କି କିଣିବା ବେଳେ ହେଉ, ନିଶ୍ଚିତ ଧ୍ୟାନ ଦେବେ ଯେପରି ଘର ଭିତରକୁ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ ପ୍ରବେଶ କରୁଥିବ।

vastuକେମିତି ରଖିବେ ଗୋଦାମର ଆକାର

ଗୋଦାମ ଘର ଅନ୍ୟ କୋଠରୀଠାରୁ କେବେ ବି ବଡ଼ ହେବା ଉଚିତ ନୁହେଁ। ଯଦି ଏପରି ସ୍ଥିତିରେ ଗୋଦାମ ଥିବ ଓ ଏହା ଅନ୍ଧାରିଆ ରହୁଥିବ ତେବେ ଘରର ମୁଖିଆ ଭୁଲ ବାଟରେ ଅର୍ଥ ରୋଜଗାର କରିଥାନ୍ତି। ଭୁଲ ବାଟରେ ଯିବା କାରଣରୁ ସେ ବହୁତ ଲୋକଙ୍କୁ ନିଜର ଶତ୍ରୁ ବନାଇ ଦେଇଥାନ୍ତି। ଯଦି ଏମିତି ସ୍ଥିତି ଅଛି ତେବେ ତୁରନ୍ତ ଗୋଦାମର ସ୍ଥିତିରେ ପରିବର୍ତ୍ତନ କରନ୍ତୁ।

vastuକେତୁର ରହିଥାଏ ଏମିତି ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଓ କେତୁ ହେଉଛନ୍ତି ଛାୟା ଗ୍ରହ। ଏହି ଦୁଇ ଗ୍ରହ ଅନ୍ୟ ଗ୍ରହର ଖରାପ ସ୍ଥିତି ସମୟରେ ଅଧିକ କୁପ୍ରଭାବ ପକାଇଥାନ୍ତି। ଯଦି ଗୋଦାମ ଘରକୁ ଯିବା ରାସ୍ତା ଗ୍ୟାଲେରୀରେ ଥିବ ତେବେ ଏମିତି ସ୍ଥିତିରେ କେତୁଙ୍କ ଖରାପ ପ୍ରଭାବ ପଡିଥାଏ। ଏହା ଉକ୍ତ ଘରେ ରହୁଥିବା ଲୋକଙ୍କ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗୋଦାମ ଘର କେବେ ବି ଗ୍ୟାଲେରୀକୁ ଲଗାଇ ରଖନ୍ତୁ ନାହିଁ।

vastuଗୋଦାମ ଘର ପାଖରେ ଏସବୁ ରଖନ୍ତୁ ନାହିଁ

ଗୋଦାମ ଘର ପାଖରେ ଗାଧୁଆ ଘର, ଡ୍ରେନ୍‌ ଅଣଓସାରିଆ ଓ ଅଙ୍କାବଙ୍କା ରାସ୍ତା ରଖନ୍ତୁ ନାହିଁ। ଏପରି ଥିଲେ ଉକ୍ତ ଘରେ ରହୁଥିବା ଲୋକେ ସବୁ ବେଳେ ଦୁଃଖୀ ରହିଥାନ୍ତି। ଘରେ କୌଣସି ଜିନିଷର ଅଭାବ ନଥିଲେ ବି ଏମାନେ ସୁଖରେ ରହିପାରନ୍ତି ନାହିଁ।

vastuଅଶାନ୍ତିର କାରଣ

ଗୋଦାମ ଘର ନିର୍ମାଣ ସମୟରେ ବାସ୍ତୁ ଉପରେ ଧ୍ୟାନ ନଦେଲେ ଯେତେ ବିତ୍ତଶାଳୀ ହୋଇଥିଲେ ମଧ୍ୟ ଘରର ମୁଖିଆ ସବୁବେଳେ ଅଶାନ୍ତ ରହିଥାନ୍ତି। ବହୁତ ପରିଶ୍ରମ କରିଥାନ୍ତି ଓ ପ୍ରଚୁର ଅର୍ଥ ରୋଜଗାର କରିଥାନ୍ତି, ହେଲେ କେବେ ସୁଖ ଓ ଶାନ୍ତିରେ ରହିପାରନ୍ତି ନାହିଁ। ତେଣୁ ଗୋଦାମ ଘର କରିବା ସମୟରେ ବାସ୍ତୁ ନିୟମ ନିଶ୍ଚିତ ପାଳନ କରନ୍ତୁ।



from Odisha Reporter http://bit.ly/2TdXV3G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages