ଓଲଟି ପଡ଼ିଲା ରଙ୍ଗ ବୋଝେଇ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଓଲଟି ପଡ଼ିଲା ରଙ୍ଗ ବୋଝେଇ ଟ୍ରକ୍‌

truck

ଜୟପୁର (ଟି.ଗୌରୀଶଙ୍କର): ରଙ୍ଗ ବୋଝେଇ ଟ୍ରକ୍‌ ଓଲଟି ଜଣେ ମୃତ ଓ ଦୁଇ ଗୁରୁତର। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମନ୍ତ୍ରିଆମ୍ବରେ। ମୃତ ବ୍ୟକ୍ତି ହେଉଛନ୍ତି ଟ୍ରକ୍‌ର ହେଲ୍‌ପର।

ଡ୍ରାଇଭର୍ ଓ ଟ୍ରକ୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅଛନ୍ତି। ଡ୍ରାଇଭରଙ୍କୁ କୋରାପୁଟ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତ ବ୍ୟକ୍ତିଙ୍କୁ ବୈପାରୀଗୁଡ଼ା ଡାକ୍ତରଖାନାରେ ରଖାଯାଇଛି।

ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ପରିଚୟ ମିଳି ନଥିଲା।

ଟ୍ରକ୍‌ଟି ମାଲକାନଗିରି ଅଭିମୁଖେ ଯାଉଥିଲା।

ଦୁର୍ଘଟଣା ପରେ ବିଏସ୍‌ଏଫ୍‌ର ୧୩ ବାଟାଲିୟନ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ବୈପାରୀଗୁଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି। ଟ୍ରକ୍‌ଟି କାହିଁକି ଓଲଟିଲା ଜଣାପଡ଼ିନି।



from Odisha Reporter https://ift.tt/2ATFIkn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages