ଦୁଇଟି ଟ୍ରକ୍‌ ମଝିରେ ଚାପି ହୋଇଗଲା କାର: ଚାଲିଗଲା ଗୋଟିଏ ପରିବାରର ୧୦ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଦୁଇଟି ଟ୍ରକ୍‌ ମଝିରେ ଚାପି ହୋଇଗଲା କାର: ଚାଲିଗଲା ଗୋଟିଏ ପରିବାରର ୧୦ ଜୀବନ

car-accident

କଚ୍ଛ: ଗୁଜରାଟର କଚ୍ଛ ଜିଲ୍ଲାରେ ଭଚଉ ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏକ କାର ଦୁଇଟି ଟ୍ରକ୍‌ ମଧ୍ୟରେ ଚାପି ହୋଇଯିବା କାରଣରୁ ଏହି ଦୁଃଖଦ ଘଟଣା ଘଟିଛି।

 ଗତକାଲି ସନ୍ଧ୍ୟାରେ ଏକ USVରେ ଗୋଟିଏ ପରିବାରର ୧୧ ଜଣ ଲୋକ ଭଚଉ ହାଇୱେରେ ଯାଉଥିଲେ। ଅନ୍ୟ ଏକ ଲେନ୍‌ରେ ଯାଉଥିବା ଏକ ଲୁଣ ବୋଝେଇ ଟ୍ରେଲର୍‌ ଡିଭାଇଡର ଡେଇଁ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଏହି ସମୟରେ ପଛରେ ଥିବା ଆଉ ଏକ ଟ୍ରେଲର୍‌ ଆସି ସେମାନଙ୍କ କାରକୁ ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହେଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।

 ମୃତକମାନେ ନିଜ ଘର ଭୁଜ୍‌କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

 ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2rZk5eh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages