
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁସ୍ଥ ହାର୍ଟ ପାଇଁ ଆଲମଣ୍ଡ୍ ଖୁବ୍ ଭଲ । ଗବେଷଣା ଅନୁଯାୟୀ, ନିଜ ଖାଇବାରେ ବାଦାମର ସେବନ ଡିସଲେପିଡେମିୟାର ବିପଦକୁ କମ୍ କରିଥାଏ। ଡିସ୍ଲେପିଡେମିୟା କାର୍ଡିୟୋବସ୍କୁଲର ରୋଗର ବିପଦକୁ କମ୍ ମଧ୍ୟ କରିଥାଏ। ଏହି ସମସ୍ୟା ଶରୀରର ଖରାପ ତଥା ଉଚ୍ଚ କୋଲେଷ୍ଟରଲ୍ ସ୍ତର ବଢ଼ିବା କାରଣରୁ ହୋଇଥାଏ। ତେଣୁ ଆଲମଣ୍ଡ୍ ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।
ଆଲ୍ମଣ୍ଡ୍ ବା ବାଦାମ୍ରେ ଭିଟାମିନ୍ ‘ଇ’, ଆଣ୍ଟି ଅକ୍ସିଡାଣ୍ଟ୍, ପଲିଫେନାଲ୍ ଓ ମିନେରାଲ୍ସ ଥାଏ। ଯାହା ଏଲଡିଏଲ ଅକ୍ସିଡେସନ୍କୁ କମ୍ କରିଥାଏ। ଏହା ହୃତ୍ପିଣ୍ଡଜନିତ ସମସ୍ୟାକୁ ମଧ୍ୟ କମ୍ କରିଥାଏ। ବାଦାମ୍ରେ ମନୋସ୍ୟାଚୁରେଟେଡ୍ ଓ ପଲିସ୍ୟାଚୁରେଟେଡ୍ ଫ୍ୟାଟ୍ସ୍ ଥାଏ। ଯାହାକୁ ଗୁଡ୍ ଫ୍ୟାଟ୍ କୁହାଯାଏ। ତେଣୁ ଏହା ଖୁବ୍ ଉପକାରୀ।
ଗବେଷଣାର ନିଷ୍କର୍ସ
– ଆଲମଣ୍ଡ୍ ବା ବାଦାମ ନିୟମିତ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର୍ ନିୟନ୍ତ୍ରଣ ହୋଇଥାଏ।
– ଶରୀରରେ ଏଚ୍ଡିଏଲ୍ ସ୍ତର କମ୍ ଥିଲେ ବାଦାମ୍ ଖାଇବା ଦ୍ୱାରା ଏହା ବୃଦ୍ଧି ହୋଇଥାଏ।
– ବାଦାମ୍ ଖାଇବା ଦ୍ୱାରା ବ୍ଲଡ୍ ଓ କୋଲେଷ୍ଟରଲ୍ ସ୍ତର ନିୟନ୍ତ୍ରଣକୁ ଆସିଥାଏ।
-ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ପ୍ରତିଦିନ ୪୫ ଗ୍ରାମ୍ ଆଲମଣ୍ଡ୍ ବା ବାଦାମ୍ ଖାଇବା ଉଚିତ୍।
from Odisha Reporter https://ift.tt/2A4VOYP
No comments:
Post a Comment