ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ପ୍ରଥମ ମ୍ୟାଚ ପାଇଁ ଉଭୟ ଟିମ ଘୋଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ପ୍ରଥମ ମ୍ୟାଚ ପାଇଁ ଉଭୟ ଟିମ ଘୋଷିତ

ଏଡିଲେଡ୍‌: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ଏଡିଲେଡ୍‌ରେ ଆରମ୍ଭ ହେବ। ଦୀର୍ଘ ୭୦ ବର୍ଷ ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ମାତ ଦେଇ ସିରିଜ୍‌ କବଜା କରିବାକୁ ଲକ୍ଷ୍ୟ ରଖିଛି।

ଏଥିପାଇଁ ଦଳ ପୂରା ପ୍ରସ୍ତୁତ କରି ସାରିଥିବା ବେଳେ ୧୨ ଜଣିଆ ସାମ୍ଭାବ୍ୟ ଦଳ ମଧ୍ୟ ଘୋଷଣା କରିଛି। ପେସ୍‌ ବୋଲରଙ୍କୁ ସୁହାଉଥିବା ଏଡିଲେଡ୍‌ରେ ଦଳ ୩ ଜଣ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମି ଓ ଇଶାନ୍ତ ଶର୍ମାଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ।

ସେହିପରି ସ୍ପିନ୍‌ ଦାୟିତ୍ୱ କେବଳ ରବିଚନ୍ଦ୍ର ଅଶ୍ୱିନ୍‌ଙ୍କ ଉପରେ ରହିବ। ରୋହିତ ଶର୍ମା ଓ ହନୁମା ବିହାରୀଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। ସମ୍ଭବତଃ ଆଉ ଜଣେ ସ୍ପିନରଙ୍କ କଥା ବିଚାରକୁ ଟିମ୍‌ ମ୍ୟାନେଜମେଣ୍ଟ ରୋହିତଙ୍କ ବଦଳରେ ହନୁମା ବିହାରୀଙ୍କୁ ସୁଯୋଗ ଦେଇପାରେ। ଦଳରେ ୭ ଜଣ ବ୍ୟାଟସ୍‌ମ୍ୟାନ୍‌ ରହିବେ।

ମୁରଲୀ ବିଜୟ ଓ କେଏଲ୍‌ ରାହୁଲ ଓପନିଂ କରିବା ଏକ ପ୍ରକାରର ନିଶ୍ଚିତ। ମିଡିଲ ଅର୍ଡର ଦାୟିତ୍ୱ ଚେତେଶ୍ୱର ପୂଜାରା, ବିରାଟ୍‌ କୋହଲି ଏବଂ ଅଜିଙ୍କ୍ୟ ରାହଣେଙ୍କ ଉପରେ ରହିବ। ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ ଭାବେ ରିଷଭ ପନ୍ତ ଟିମରେ ରହିବେ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ତା’ର ଚୂଡ଼ାନ୍ତ ୧୧ ଜଣିଆ ଦଳ ଘୋଷଣା କରିଛି। ଯେଉଁଥିରେ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ସୁଯୋଗ ମିଳିନି। ଦଳ ୩ ଜଣ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ପ୍ୟାଟ୍‌ କମିନ୍ସ ଓ ଜୋସ ହେଜଲଉଡ୍‌ଙ୍କୁ ସାମିଲ କରିଛି।

ସେହିପରି ସ୍ପିନ ବୋଲର ନାଥନ ଲିୟନ ମଧ୍ୟ ରହିଛନ୍ତି। ତେବେ ଆସନ୍ତାକାଲି ଅଷ୍ଟ୍ରେଲିଆ ପକ୍ଷରୁ ମାରକ୍ସ ହ୍ୟାରିସ୍‌ ଡେବ୍ୟୁ କରିବେ। ସେ ଆରୋନ୍‌ ଫିଞ୍ଚଙ୍କ ସହ ଓପନିଂ କରିବେ ବୋଲି ଅଧିନାୟକ ଟିମ୍‌ ପାଇନ୍‌ କହିଛନ୍ତି। ମଧ୍ୟକ୍ରମରେ ଶନ୍‌ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ବ, ଟ୍ରାଭିସ୍‌ ହେଡ ଓ ଉସମାନ ଖ୍ୱାଜା ରହିବେ। ୱିକେଟ୍‌ କିପିଂ ଦାୟିତ୍ୱ ନିଜେ ଅଧିନାୟକ ପାଇନ୍‌ ସମ୍ଭାଳିବେ।

ଏହି ମ୍ୟାଚ୍‌ଟିକୁ ଦେଖିବାକୁ ହେଲେ ଭାରତୀୟ ଦର୍ଶକଙ୍କୁ ଭୋର୍‌ ୫.୨୭ରୁ ଉଠିବାକୁ ପଡ଼ିବ। କାରଣ ଭାରତୀୟ ସମୟ ୫.୨୭ରୁ ଏହା ସୋନି ନେଟୱର୍କରେ ସିଧାପ୍ରସାରଣ ହେବ।



from Odisha Reporter https://ift.tt/2EgV7zj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages