
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଥରକ ପାଇଁ ୩, ୫୦୦। ଫୁଲ୍ ନାଇଟ୍ ନେଲେ ୯ ହଜାର ଟଙ୍କା ରୁମ୍ ସହ। ଝିଅ ଏକଦମ୍ ବୋବାଲ୍। ଆପଣ ଖୁସି ହୋଇଯିବେ। ଥରେ ଆମ ସର୍ଭିସ୍ ନିଅନ୍ତୁ ନେକ୍ସଟ୍ ଟାଇମ୍ ପୁଣି ଫୋନ୍ କରିବେ।”
ଭୁବନେଶ୍ୱରରେ ଏମିତି ଗୋଟେ ଗୋଟେ ଫୋନ୍ କଲ୍ରେ ମିଳୁଛି ତଥାକଥିତ ଏସ୍କର୍ଟ ସର୍ଭିସ୍। ମିଳିଯାଉଛନ୍ତି ହାଇ ପ୍ରୋଫାଇଲ୍ କଲ୍ ଗାର୍ଲ। ଜିରୋ ହାୱାର ସେଲେବ୍ରେସନ୍ ପୂର୍ବରୁ ଅନ୍ ଲାଇନ୍ରେ ମିଳୁଛନ୍ତି ଯୁବତୀ। ସେକ୍ସ ପାଇଁ ଖୋଲାଖୋଲି ଅଫର ମିଳୁଛି ଦଲାଲଙ୍କ ଜରିଆରେ। ଅଜଣା ନମ୍ବରରୁ ସମ୍ପୃକ୍ତ ଦଲାଲଙ୍କୁ କଲ୍ କରିବା ପରେ ନିର୍ଦ୍ୱନ୍ଦ୍ୱରେ ସେକ୍ସ ପାଇଁ ରୁମ୍ ସହ ରେଟ୍ ଚାର୍ଟ କହି ଦେଉଛନ୍ତି ଦଲାଲ୍।
ଆମ ପାଖେ ଥିବା ଫୋନ୍ ରେକର୍ଡିଙ୍ଗ ଆଧାରରେ ଆମେ ଏହି କଥା କହୁଛୁ।
ସମ୍ପୃକ୍ତ ଦଲାଲ୍ କହିଛନ୍ତି ଯେ, ତାଙ୍କ ନମ୍ବରକୁ hello Bbsr 2 ଲେଖି ଏସ୍ଏମ୍ଏସ୍ କରିବା ପରେ ସେ ଝିଅମାନଙ୍କ ଫଟୋ ଏବଂ ସେମାନଙ୍କୁ କେଉଁଠି ଭେଟିହେବ ସେ ନେଇ ଜଣାଇବେ। ଏପରିକି ଏସ୍କର୍ଟ ସେବା ଯୋଗାଉଥିବା ଝିଅମାନଙ୍କୁ ଟଙ୍କାଟିଏ ଦେବାକୁ ପଡିବ ନାହିଁ ବରଂ ସମ୍ପୃକ୍ତ ଦଲାଲଙ୍କୁ ସବୁ ଟଙ୍କା ଦେଇ ଆପଣ ରାତିତମାମ୍ ଏନ୍ଜୟ କରିପାରିବେ ବୋଲି କହିଛନ୍ତି ଦଲାଲ୍।

ଏପରିକି ଏହି ଟଙ୍କାରେ ରୁମ୍ ସହ ରାତି ଯାକର ଖାଦ୍ୟପେୟ ମଧ୍ୟ ସେମାନେ ଯୋଗାଇ ଦେବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, BBSR escort service ଲେଖି ଗୁଗଲ୍ରେ ସର୍ଚ୍ଚ କରିବା ପରେ ଯେଉଁ ସବୁ ନମ୍ବର ଆସୁଛି ସେଥିମଧ୍ୟରୁ ଗୋଟିଏକୁ କଲ୍ କରିବା ପରେ ଏମିତି ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲାଗୁଛି ରାଜଧାନୀରେ ଅନ୍ଲାଇନ୍ ସେକ୍ସ ସର୍ଭିସ୍ ବା ଏସ୍କର୍ଟ ସର୍ଭିସ୍ ଅତି ସହଜରେ ମିଳିଯାଉଛି। କମିଶନ୍ରେଟ୍ ପୁଲିସ୍ର ସାଇବର ସେଲ୍ ଏହା ଉପରେ କଡ଼ା ନଜର ରଖିଥିବା କହୁଥିବା ବେଳେ ଏମିତି ଫୋନ୍ କଲେ ଏସ୍କର୍ଟ ସର୍ଭିସ୍ ମିଳୁଥିବା ନିଶ୍ଚିତ ଚିନ୍ତାଜନକ ବିଷୟ।
from Odisha Reporter http://bit.ly/2EBzglg
No comments:
Post a Comment