
ବାଲେଶ୍ୱର (ରଣଜିତ୍ ପାକଳ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦରଡ଼ିଆ-ବାସୁଳିପୁର ନିକଟରେ ୫ନମ୍ବର ଜାତୀୟ ରାଜପଥରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ମାଉଜର ଦେଖାଇ ଟଙ୍କା, ସୁନାଚେନ୍ ଓ ମୋବାଇଲ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ତୁଷାରକାନ୍ତ ସାହୁ (ପପୁ)। ତାଙ୍କ ଘର ଖନ୍ତାପଡ଼ ଥାନା ବେଗୁନିଆ ଗାଁର ବୋଲି ଜଣାପଡ଼ିଛି।
ଗତକାଲି ରାତିରେ ପପୁ ବାହାନାଗା ବଜାରରେ ଦୋକାନୀଙ୍କଠାରୁ ଟଙ୍କା କଲେକ୍ସନ କରି ଘରକୁ ଫେରୁଥିଲେ। ସେହି ସମୟରେ ଦରଡ଼ିଆ-ବାସୁଳିପୁର ପେଟ୍ରୋଲ୍ ପମ୍ପ୍ ନିକଟରେ କଳା ପଲସରରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କ ବ୍ୟାଗ୍କୁ ପଛରୁ ଟାଣି ନେଇଥିଲେ। ଫଳରେ ପପୁ ବାଇକ୍ ସହ ତଳେ ପଡ଼ି ଯାଇଥିଲେ।
ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ମାଉଜର ଲଗାଇ ୧୦ରୁ ୧୫ ହଜାର ଟଙ୍କା, ମୋବାଇଲ୍ ଓ ସୁନା ଚେନ୍ ନେଇ ଚମ୍ପଟ ମାରିଥିଲେ। ପପୁ ପାଟିକରି ଲୋକଙ୍କୁ ଡାକିଥିଲେ। କିଛି ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଖବର ଦେଇଥିଲେ।
ପପୁ ଗାଡ଼ିରୁ ପଡ଼ିଯିବାରୁ ତାଙ୍କ ଗୋଡ଼ ଓ ମୁହଁରେ ଅଘାତ ଲାଗିଛି। ତାଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
from Odisha Reporter http://bit.ly/2ShV7Cw
No comments:
Post a Comment