ମହାରଥୀଙ୍କ ବୟାନକୁ ନେଇ ବିଜେପି ଓ କଂଗ୍ରେସର ମହିଳା ସାମ୍ମୁଖ୍ୟ ଖଡ଼ଗହସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ମହାରଥୀଙ୍କ ବୟାନକୁ ନେଇ ବିଜେପି ଓ କଂଗ୍ରେସର ମହିଳା ସାମ୍ମୁଖ୍ୟ ଖଡ଼ଗହସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ମାମଲାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମନ୍ତ୍ରୀ ନିଜର ମନ୍ତବ୍ୟକୁ ନେଇ ଦୁଃଖପ୍ରକାଶ ନକଲେ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବାବେଳେ ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ବାସଭବନ ଘେରାଉ ପାଇଁ ଚେତାବନୀ ଦେଇଛି।

ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ପିପିଲି ଗଣଦୁଷ୍କର୍ମ ଘଟଣାରେ ମନ୍ତ୍ରୀ ମହାରଥୀଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମହାରଥୀ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ଆଗାମୀ ଦିନରେ ମହିଳା କଂଗ୍ରେସ ତାଙ୍କ ବାସଭବନ ଘେରାଉ କରିବ ବୋଲି ସେ କହିଛନ୍ତି। ଏହାସହ ଯଦି ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନନିଅନ୍ତି ତା’ହେଲେ ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ମହିଳା କଂଗ୍ରେସ ମାଡ଼ ମାରି ଶାସ୍ତି ଦେବାକୁ ପଛାଇ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

ତଦନ୍ତ ନାଁରେ ପ୍ରମାଣ ନଷ୍ଟକାରୀ ସଂସ୍ଥା ପାଲଟିଛି କ୍ରାଇମବ୍ରାଞ୍ଚ: ବିଜେପି

ସେହିପରି ବିଜେପି ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ମନ୍ତ୍ରୀ ଶ୍ରୀ ମହାରଥୀ ଯେଉଁ ବୟାନ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୀଡ଼ିତାର ପରିବାର ନ୍ୟାୟ ପାଇଁ ଅପେକ୍ଷା କରିଥିବାବେଳେ ମନ୍ତ୍ରୀଙ୍କ ବୟାନ ସେହି ପରିବାର ପ୍ରତି ଅପମାନ ସଦୃଶ ହୋଇଛି। ତାଙ୍କର ସମ୍ପୃକ୍ତି ଥିଲା ଓ କୋର୍ଟ ଦୋଷମୁକ୍ତ କରିଦେଲେ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ଖୁସି ହେଉଛନ୍ତି। ତେବେ ତଦନ୍ତ ନାଁରେ ତଥ୍ୟକୁ ନଷ୍ଟ କରିବାର ବଳିଷ୍ଠ ପ୍ରମାଣ ଗତକାଲିର ରାୟ ଆସିବା ପରେ ସ୍ପଷ୍ଟ ହୋଇଯାଇଛି। କ୍ରାଇମବ୍ରାଞ୍ଚ ସଂସ୍ଥା ତଦନ୍ତ କରିବା ନାଁରେ ପ୍ରମାଣ ନଷ୍ଟକାରୀ ସଂସ୍ଥା ପାଲଟିଯାଇଛି। ତେଣୁ ବିଜେଡି ସରକାରରେ ଥିବା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଉପରେ କେହି ଭରସା କରିବେ ନାହିଁ। ସରକାରଙ୍କ ଏହି ଗୁଣ ପାଇଁ ରାଜ୍ୟରେ ଝିଅ-ବୋହୂମାନଙ୍କ ଉପରେ ବଳାକ୍ରାର ଓ ଅତ୍ୟାଚାର ବଢ଼ିଚାଲିଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

ଉଲ୍ଲେଖଯୋଗ୍ୟ ପିପିଲି ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଗତକାଲି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ପରେ ପୀଡ଼ିତାକୁ ନ୍ୟାୟ ମିଳିଲା ନାହିଁ ବୋଲି ସମଗ୍ର ରାଜ୍ୟରେ ଚର୍ଚ୍ଚା ହେଉଥିବାବେଳେ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।



from Odisha Reporter http://bit.ly/2CxUrDz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages