
ବାରିପଦା (ମାଣିକଲାଲ୍ ପାଣି): ବାଇକ୍ରେ ସ୍ୱାମୀ-ସ୍ତ୍ରୀ ଓ ଦୁଇ ଝିଅ ଘରକୁ ଫେରୁଥିଲେ। ହଠାତ ମାଡ଼ିଆସିଲା ଏକ ଟ୍ରାକ୍ଟର। ବାଇକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାପା, ମାଆ ଓ ସାନ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ବଡ଼ ଭଉଣୀ ମେଡିକାଲ୍ରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଘଟିଛି।
ମେଡିକାଲ୍ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବଡ଼ ଝିଅର ବୟାନ ଅନୁସାରେ, ଦଲଦଲି ଗାଁର ବେଣୁଧର ସିଂହ ଓ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଏକ ବାଇକ୍ରେ ବଡ଼ଜାମେଣୀ ଗାଁକୁ ଯାଇଥିଲେ। ସେଠାରୁ ସେମାନେ ଘରକୁ ଫେରୁଥିଲେ। ବେତନଟୀ ଥାନା ଏନ୍ଏଚ୍ ୧୮ ବଙ୍ଗଳା ଛକ ନିକଟରେ ବାଇକ୍କୁ ଏକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବେଣୁଧର, ତାଙ୍କ ସ୍ତ୍ରୀ ଓ ସାନ ଝିଅଙ୍କ ମୃତ୍ୟୁ ଘଟିଥିଲା। ବଡ଼ଝିଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ଫେରାର ଅଛନ୍ତି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2zQo5lF
No comments:
Post a Comment