ବିଜେଡି ଟିକେଟ୍ ପାଇଁ ଜିଲ୍ଲାପାଳଙ୍କ ଭାଇଠୁ ଟଙ୍କା ନେଇଛି କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ବିଜେଡି ଟିକେଟ୍ ପାଇଁ ଜିଲ୍ଲାପାଳଙ୍କ ଭାଇଠୁ ଟଙ୍କା ନେଇଛି କିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଆଉ ୪ମାସ ଥିବାବେଳେ ଏବେଠୁ ବିଜେଡି ଟିକେଟ୍ ପାଇଁ କୁଆଡ଼େ ଲବି ଜୋରଦାର ହେଲାଣି। ଆଉ ଏହି ମଉକାରେ ତୃତୀୟ ମହଲା ବାବୁଙ୍କ ଖାସ୍ ବୋଲାଉଥିବା ଜଣେ ମୁଖପାତ୍ର କୁଆଡ଼େ ଦଳର ପ୍ରଭାବଶାଳୀ ଯୁବନେତାଙ୍କ ସହଯୋଗରେ ଏବେ ଖୁଲମଖୁଲା ପାଣ୍ଠି ଆଦାୟ କରିବାରେ ଲାଗି ପଡ଼ିଛନ୍ତି।

ଚର୍ଚ୍ଚା ହେଉଛି, ତୃତୀୟ ମହଲାରେ ଏବେ ନୂଆନୂଆ ବିଜେଡି ବ୍ୟାପାର ବୁଝୁଥିବା ଜଣେ ବାବୁଙ୍କ ନାଁରେ ଏହି ପ୍ରଭାବଶାଳୀ ଯୁବନେତା ଓ ମୁଖପାତ୍ର କୁଆଡ଼େ ପାଣ୍ଠି ଉଠାଇବାରେ ଲାଗିଛନ୍ତି। ଜଣେ ଜିଲ୍ଲାପାଳଙ୍କ ଭାଇଙ୍କୁ ବିଜେଡି ଟିକେଟ୍ କରାଇ ଦେବାକୁ କହି ଏହି ଦୁଇ ନେତା ଉଠାଇଥିବା ଚାନ୍ଦା କଥା କୁଆଡ଼େ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।

ଶୁଣିବାକୁ ମିଳୁଛି, ତୃତୀୟ ମହଲା ବାବୁଙ୍କ ସହ ପୁରୁଣା ସମ୍ପର୍କର ଫାଇଦାରୁ ଓ ପ୍ରଭାବଶାଳୀ ଯୁବନେତାଙ୍କ ସହଯୋଗରେ ସମ୍ପୃକ୍ତ ମୁଖପାତ୍ର କୁଆଡ଼େ ଗୋଟିଏ ଗଡ଼ଜାତ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ବିଧାନସଭା ଆସନ ପାଇଁ ଜଣେ ଜିଲ୍ଲାପାଳଙ୍କ ଭାଇକୁ ବିଜେଡି ଟିକେଟ୍ ମିଳିବ ବୋଲି ଆଶା ଦେଇଛନ୍ତି। ଆଉ ତା’ ବଦଳରେ ତାଙ୍କଠୁ ମୋଟା ଅଙ୍କର ଚାନ୍ଦା ନେଇଛନ୍ତି। ଆଉ ସମ୍ପୃକ୍ତ ଟିକେଟ୍ ଆଶାୟୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କୁଆଡ଼େ ତୃତୀୟ ମହଲରେ ଏବେ ନୂଆ ନୂଆ ରାଜନୀତି ବ୍ୟାପାର କଥା ବୁଝୁଥିବା (ଟିକେଟ୍ ଚୂଡ଼ାନ୍ତ କରୁଥିବା) ବାବୁଙ୍କ ସହ ଭେଟ ମଧ୍ୟ କରାଇଛନ୍ତି।

ମୁଖପାତ୍ର ଓ ଯୁବନେତାଙ୍କ କଥାରେ ଭଳି ଯାଇ ସେହି ତୃତୀୟ ମହଲା ବାବୁ କୁଆଡ଼େ ଜିଲ୍ଲାପାଳଙ୍କ ଭାଇଙ୍କ ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ। ତାଙ୍କ ମନ ବୁଝାଇବା ପାଇଁ ତାଙ୍କୁ ଆଶ୍ୱାସନା ବାଣୀ ଶୁଣାଇଥିଲେ ସୁଦ୍ଧା ସେହି ସିଟରୁ ତାଙ୍କୁ ଟିକେଟ୍ ଦେବା ସମ୍ଭବପର ନୁହେଁ ବୋଲି କୁଆଡ଼େ କହିଥିଲେ। ଆଉ ଏହାପରେ ହିଁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଭାଇ କୁଆଡ଼େ ଦେଇଥିବା ମୋଟା ଅଙ୍କର ଚାନ୍ଦା ଫେରସ୍ତ କରିବାକୁ ଦାବି କରିଥିଲେ। ଯାହା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଶୁଣିବାକୁ ମିଳୁଛି, ତୃତୀୟ ମହଲାର ସମ୍ପୃକ୍ତ ବାବୁଙ୍କ ସହ ଭେଟ କରାଇ ଦେବା ନାଁରେ କୁଆଡ଼େ ଏହି ଯୋଡ଼ି ଏବେ ଆଖିବୁଜା ଚାନ୍ଦା ଉଠାଇବାରେ ଲାଗିଛନ୍ତି। ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଘନିଷ୍ଠ ବୋଲି ଦର୍ଶାଇ ଏହି ଯୁବନେତା ଯୋଡ଼ି କୁଆଡ଼େ କେତେକ ଆସନରେ ଟିକେଟ ଦାବିଦାର ଥିବା ବିଧାୟକମାନଙ୍କୁ ବି ଶୋଷଣ କରିବାକୁ ପଛାଉ ନାହାନ୍ତି। ଯାହାକୁ ନେଇ ଏବେ ବିଜେଡିରେ କୁଆଡ଼େ ତୀବ୍ର ପ୍ରତିକ୍ରିୟା ଦେଖା ଦେଲାଣି।

ଚର୍ଚ୍ଚା ହେଉଛି ଯେଉଁ ମୁଖପାତ୍ରଜଣକ ଏହି ଡିଲ୍ ଓ ଗ୍ରାହକ ଯୋଗାଡ଼ କରୁଛନ୍ତି ସିଏ କୁଆଡ଼େ ଗତ କିଛିମାସ ପୂର୍ବରୁ ଅନ୍ୟ ଏକ ଦଳରୁ ଆମଦାନୀ ହୋଇଥିଲେ। ଏବେ ତୃତୀୟ ମହଲାରେ ରାଜନୀତି କଥା ବୁଝୁଥିବା ବାବୁଙ୍କ ସହ ନିଜର ପୁରୁଣା ସମ୍ପର୍କର ଫାଇଦା ଉଠାଇ ସେ କୁଆଡ଼େ ଏଭଳି ଚାନ୍ଦା ଆଦାୟ କରିବାରେ ସଫଳ ହେଉଛନ୍ତି। ତୃତୀୟ ମହଲାକୁ ଯିବା ଏବେ ଅନେକ ବିଜେଡି ନେତାଙ୍କ ପାଇଁ ସ୍ୱପ୍ନ ପାଲଟିଥିବାବେଳେ ଏହି ମୁଖପାତ୍ର ଓ ପ୍ରଭାବଶାଳୀ ଯୁବନେତାଙ୍କ ଯୋଗୁ ସିଧାସଳଖ ଏଣ୍ଟ୍ରି ସହ ତୃତୀୟ ମହଲାରେ ନୂଆନୂଆ ବିଜେଡି ଦାୟିତ୍ୱରେ ଥିବା ବାବୁଙ୍କ ଆଶ୍ୱାସନା ମିଳୁଥିବାରୁ କୁଆଡ଼େ ଏବେ ଅନେକ ଟିକେଟ୍ ଆଶାୟୀ ସମ୍ପୃକ୍ତ ମୁଖପାତ୍ରଙ୍କୁ ଭେଟିବାକୁ ତାଙ୍କ ଘରେ ଭିଡ଼ ଜମାଉଛନ୍ତି। ତୃତୀୟ ମହଲା ବାବୁଙ୍କ ନାଁ କହି କୁଆଡ଼େ ଏହି ମୁଖପାତ୍ର ମୋଟା ଅଙ୍କର ଚାନ୍ଦା ବିଭିନ୍ନ ସ୍ଥାନରୁ ଉଠାଇବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2RvTErT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages