ନୂଆ ବର୍ଷରେ ପୋଷାକ ପିନ୍ଧା ଶୈଳୀକୁ ନେଇ ଜାରି ହେଲା ସତର୍କ ସୂଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ନୂଆ ବର୍ଷରେ ପୋଷାକ ପିନ୍ଧା ଶୈଳୀକୁ ନେଇ ଜାରି ହେଲା ସତର୍କ ସୂଚନା

ଭଦୋଦରା: ଆସନ୍ତା ନୂଆବର୍ଷ ଏବଂ ତା’ ପୂର୍ବଦିନ ରାତିରେ କେଉଁଭଳି ପୋଷାକ ପିନ୍ଧିବା ଉଚିତ ଏବଂ କେଉଁ କାମ କରିବେ ନାହିଁ ସେସମ୍ପର୍କରେ ଭଦୋଦରା ପୁଲିସ୍‌ ସତର୍କ ସୂଚନା ଜାରି କରି ଅଡ଼ୁଆରେ ପଡ଼ିଛି। ଭଦୋଦରା ଜାରି ହୋଇଥିବା ସତର୍କ ବିଜ୍ଞପ୍ତି ସମ୍ପର୍କରେ ସୂଚନା ଦେଇ ପୁଲିସ୍‌ କମିଶନର ଅନୁପମ୍‌ ସିଂହ କହିଛନ୍ତି, “ ଆମେ ନୂଆ ବର୍ଷ ପାଳନ ପାଇଁ ସତର୍କ ସୂଚନା ଜାରି କରିଛୁ। ସମସ୍ତ ଉତ୍ସବ ସ୍ଥଳରେ ସିସିଟିଭି ଲାଗିବ।

କୌଣସି ଉତ୍ସବରେ ମଦ କିମ୍ବା ନିଶା ଦ୍ରବ୍ୟ ବଣ୍ଟନ କରାଯିବ ନାହିଁ। ସେହିପରି କେହି ଉତ୍ସବ ବେଳେ ଏମିତି କିଛି ପୋଷାକ ପିନ୍ଧିବେ ନାହିଁ, ଯାହା ପିଲାମାନଙ୍କ ଉପରେ କୁପ୍ରଭାବ ପକାଇବ।”

ଗୋଟିଏ ପଟେ ଗୁଜରାଟର ବିଭିନ୍ନ ମାର୍କେଟ ଏବଂ ରେଷ୍ଟୁରାଣ୍ଟ ନୂଆବର୍ଷ ପାଇଁ ସଜେଇ ହେଉଥିବା ବେଳେ ପୁଲିସ୍‌ କମିଶନରଙ୍କ ଏଭଳି ସତର୍କ ସୂଚନା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ନୂଆବର୍ଷ ପୂର୍ବରୁ ବିଭିନ୍ନ ରାଜ୍ୟର ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ନିୟନ୍ତ୍ରଣ ଭିତରେ ରହିବାକୁ ପରାମର୍ଶ ଦେଇଥାଏ। କିନ୍ତୁ ଏହା ପୂର୍ବରୁ କେବେ ହେଲେ ପୁଲିସ ପୋଷାକ ପିନ୍ଧିବାକୁ ନେଇ ସତର୍କ ସୂଚନା ଜାରି କରି ନଥିଲା।

ଏହି ଖବର ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପୁଲିସ୍‌କୁ ସମସ୍ତେ ତାଚ୍ଛଲ୍ୟ କରିଛନ୍ତି। ଜଣେ କହିଛନ୍ତି, “ ଦୟା କରି ପୁଲିସ୍‌ ବାବୁ କହିବେ କି କେଉଁ ପୋଷାକ ପିଲାଙ୍କ ଉପରେ ପ୍ରଭାବ ପକାଇ ନଥାଏ? କ’ଣ ପୋଷାକଙ୍କୁ ନେଇ ପୁଲିସ ବାବୁମାନେ ସାମାଜିକ ନୈତିକତାର ପାଠ ପଢ଼ାଉଛନ୍ତି?” ଏଭଳି ଅନେକ ମତ ସୋଶାଲ୍‌ ମିଡିଆରେ ପ୍ରକାଶ ପାଇଛି।



from Odisha Reporter http://bit.ly/2BMxwCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages