ଅଲ୍‌ ଆଉଟ୍ ହୋଇଗଲା ଭାରତୀୟ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଅଲ୍‌ ଆଉଟ୍ ହୋଇଗଲା ଭାରତୀୟ ଟିମ୍‌

aus

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ୨୮୩ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଏହା ସହିତ ଭାରତ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆଠାରୁ ୪୩ ରନ୍‌ରେ ପଛରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୨୬ ରନ୍ କରିଥିଲା। ଅଷ୍ଟ୍ରେଲିଆ ତା‘ର ଦ୍ୱିତୀୟ ଇନିଂସ୍ ଖେଳ ଆରମ୍ଭ କରିଛି।

ଗତକାଲି ପ୍ରଥମ ଇନିଂସ୍‌ ଆରମ୍ଭ କରିଥିବା ଭାରତ ଷ୍ଟମ୍ପ୍‌ ଅପସାରଣ ବେଳକୁ ୩ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ କ୍ରିଜ୍‌ରେ ଥିଲେ। ଆଜି ମଧ୍ୟ ଏ ଦୁଇ ଜଣ ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ପ୍ରଥମ ଓଭରରେ ହିଁ ଭାରତକୁ ଝଟକା ଲଗିଥିଲା।

ଗତକାଲିଠାରୁ ୫୧ ରନ୍ କରି ନଟ୍‌ ଆଉଟ୍ ଥିବା ରାହାଣେ ତାଙ୍କ ଖାତାରେ ଆଉ କୌଣସି ରନ୍ ଯୋଡ଼ିବାକୁ ସକ୍ଷମ ହୋଇ ନଥିଲେ ଓ ତୃତୀୟ ଦିନର ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ବିରାଟ କୋହଲି ୧୨୩ ରନ୍‌ର ଶତକୀୟ ପାଳି ଖେଳି ଆଉଟ୍ ହୋଇଯାଇଥିଲେ। ୱିକେଟ୍ କିପର ଋଷଭ ପନ୍ତ ୫୦ ବଲ୍‌ରେ ୩୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ହନୁମା ବିହାରୀ ବି ଖାସ୍ କିଛି କରିପାରି ନଥିଲେ। ସେ ୨୦ ରନ୍ କରି ଆଉଟ୍ ହୋଇଥିଲେ।

ମହମ୍ମଦ ଶାମି ଖାତା ଖୋଲି ପାରି ନଥିଲେ। ଈଶାନ୍ତ ଶର୍ମା ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ଯଶପ୍ରୀତ୍ ବୁମ୍ରା ବି ୪ ରନ୍ କରି ଆଉଟ୍ ହୋଇଯାଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିୟନ ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି। ସେ ଆଜି ଭାରତର ଟେଲ୍ ଅର୍ଡରକୁ ପୂରା ଶସ୍ତାରେ ଆଉଟ୍ କରିଥିଲେ। ମିଚେଲ୍ ଷ୍ଟାର୍କ ୨ଟି ୱିକେଟ୍ ନେଇଥିବା ବେଳେ ଜୋଶ୍ ହାଜେଲ୍‌ଉଡ୍ ୨ଟି ଓ ପ୍ୟାଟ୍ କମିନ୍‌ସ ଗୋଟିଏ ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2rCDDow

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages