‘ପେତାଇ’ ପାଇଁ ପଦକ୍ଷେପ: ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

‘ପେତାଇ’ ପାଇଁ ପଦକ୍ଷେପ: ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

andhrasee

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ପେତାଇ’ ଆଜି ଅପରାହ୍ଣରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଉପକୂଳ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଲ୍ୟାଣ୍ଡ୍ ଫଲ୍ ସମୟରେ ଘଣ୍ଟାପ୍ରତି ୭୦ ରୁ ୯୦ କି.ମି ବେଗରେ ପବନ ମଧ୍ୟ ବହିବ।

ଓଡ଼ିଶାରେ ମଧ୍ୟ ‘ପେତାଇ’ର ପ୍ରଭାବ ପଡ଼ିବ। ଏହା ପ୍ରଭାବରେ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ବୋଲି ପାଣିପାଗ ବିଭାଗ କହିଥିବା ବେଳେ ଆଉ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ପାଣିପାଗ ବିଭାଗର ସତର୍କ ସୂଚନା ଆଧାରରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାରେ ୧୧ ହଜାର ୬୦୦ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ମୋଟ ୧୭୪ଟି ଆଶ୍ରୟ ସ୍ଥଳରେ ଏମାନଙ୍କୁ ରଖାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଆସିଥିବା ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ ଗଜପତି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା।

‘ପେତାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ବଲାଙ୍ଗିର ଜିଲ୍ଲାରେ ୩୧ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୧ ମି.ମି. ବର୍ଷା ହୋଇଛି। ଭବାନୀପାଟଣାରେ ସର୍ବାଧିକ ୩୭ ମି.ମି. ବର୍ଷା ହୋଇଛି।



from Odisha Reporter https://ift.tt/2EpMq4S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages