
ବ୍ରହ୍ମପୁର/ବଣାଇ/ପିପିଲି(ଓଡ଼ିଶା ରିପୋର୍ଟର): କେଉଁଠି ହାତୀମାନଙ୍କ ଜୀବନ ବିପଦରେ ଥିବା ବେଳେ ଆଉ କେଉଁଠି ହାତୀପଲ କରୁଛନ୍ତି ଉପଦ୍ରବ। ଏନେଇ ଚିନ୍ତାରେ ପଡ଼ିଯାଇଛି ବନ ବନ ବିଭାଗ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର, ପିପିଲି ଓ ବଣାଇରେ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚନ୍ଦ୍ରଗିରି ରେଞ୍ଜ ଗଡ଼ ସାମନ୍ତପୁର ବିଟ୍ରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିକୁ କେହି ଗୁଳି କରି ହତ୍ୟା କରିଥିଲା ସନ୍ଦେହ କରାଯାଉଛି। ହାତୀଟିର ବେକ ମଧ୍ୟ କଟା ଯାଇଛି।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ହାତୀପଲ ଉପଦ୍ରବ କରୁଛନ୍ତି। ବଣାଇ ରେଞ୍ଜ୍ ଅନ୍ତର୍ଗତ ଘୋଷରା, ଅଲେଖପୁର ଓ ଗୁଡ଼ିଆଳିରେ ୧୪ଟି ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଆଜି ସକାଳେ ହାତୀପଲ ଗାଁରେ ପଶି ଗୋଟିଏ ଘରର ପାଚେରି ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି। ତେଣୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବନବିଭାଗ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛି।
ସେହିପରି ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ବଳଭଦ୍ରପୁର ପଞ୍ଚାୟତ ମଣିଜିପୁର ଗାଁ ପାଖରେ ହାତୀପଲ ଉପଦ୍ରବ କରୁଛନ୍ତି। ଏହି ହାତୀ ପଲରେ ପ୍ରାୟ ୨୫ ରୁ ୩୦ ହାତୀ ଅଛନ୍ତି। ଏହି ହାତୀପଲ ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।
from Odisha Reporter https://ift.tt/2CfYLas
No comments:
Post a Comment