ଏସ୍‌ପି ଅଫିସ୍‌ ପାଖ ଏଟିଏମ୍‌ ଓ ଦୋକାନରୁ ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଏସ୍‌ପି ଅଫିସ୍‌ ପାଖ ଏଟିଏମ୍‌ ଓ ଦୋକାନରୁ ଲୁଟ୍‌

ଭଦ୍ରକ(ତପନ ସ୍ୱାଇଁ): ଗତକାଲି ବିଳମ୍ୱିତ ରାତିରେ ଭଦ୍ରକ ସହରରେ ଏସ୍‌ପି ଅଫିସ୍‌କୁ ଲାଗି ରହିଥିବା ଏକ ଏସ୍‌ବିଆଇ ଏଟିଏମ୍‌ ଓ ଏକ ଦୋକାନରୁ ଟଙ୍କା ଲୁଟ୍ ହୋଇଛି।

ଏଟିଏମ୍‌ରୁ କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ଜଣାପଡ଼ି ନାହିଁ। ଦୁବୃର୍ତ୍ତମାନେ ଏଟିଏମ୍‌ ଭାଙ୍ଗି ଲୁଟ୍‌ କରିବା ସହ ଏହା ପାଖରେ ଥିବା ଏକ ଦୋକାନରୁ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଦୋକାନରେ ଏକ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ନେଟ୍‌ୱର୍କ କମ୍ୟୁନିକେସନ୍‌ ସଂସ୍ଥା ଚାଲିଥିଲା। ଦୁର୍ବୃତ୍ତମାନେ ସଂସ୍ଥାର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍ ହୋଇଛି।

ଭଦ୍ରକ ଟାଉନ୍‌ ପୁଲିସ୍‌ ଏବଂ ବ୍ୟାଙ୍କ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଏସ୍‌ପି ଅଫିସ୍‌ ପାଖରୁ ଏମିତି ଲୁଟ୍ ହେବା ଘଟଣାକୁ ନେଇ ସହରର ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଲୋକେ ଆଲୋଚନା କରୁଛନ୍ତି।



from Odisha Reporter https://ift.tt/2QEXjah

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages