
କଲମ୍ବୋ: ବିବାଦୀୟ ଢଙ୍ଗରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦ ହାତେଇଥିବା ମହିନ୍ଦା ରାଜପାକ୍ଷେଙ୍କୁ ଆଜି ଶକ୍ତିହୀନ କରି ଦେଇଛନ୍ତି ଶ୍ରୀଲଙ୍କାର ଏକ କୋର୍ଟ। ପ୍ରଧାନମନ୍ତ୍ରୀ ଭାବେ ରାଜପାକ୍ଷେ ଶ୍ରୀଲଙ୍କା ସଂସଦରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିବାରୁ ସେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
ଏଥିସହ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ କୌଣସି କ୍ଷମତା ଉପଭୋଗ କରିପାରିବ ନାହିଁ। ନୂଆ ସରକାର ଗଠନ ପର୍ଯ୍ୟନ୍ତ ଏଭଳି ନିୟମ ଲାଗୁ ହେବ ବୋଲି କୋର୍ଟ କହିଛନ୍ତି। ଯଦି ରାଜପାକ୍ଷେଙ୍କୁ କ୍ଷମତା ଦିଆଯିବ, ତା’ହେଲେ ଏହା ବିଶ୍ୱ ଦରବାରରେ ଦେଶର ଛବିକୁ ଖରାପ କରିବ ବୋଲି କୋର୍ଟ କହିଛନ୍ତି।
ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାନୀଲ ବିକ୍ରମସିଂଘେଙ୍କୁ ହଟାଇ ତାଙ୍କ ସ୍ଥାନରେ ରାଜପାକ୍ଷେଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ।
ତେବେ ରାଜପାକ୍ଷେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଅକ୍ଷମ ହେବା ଆଶଙ୍କାରେ ସିରସେନା ଶ୍ରୀଲଙ୍କା ସଂସଦକୁ ଭାଙ୍ଗି ପୁଣି ସାଧାରଣ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ। ତେବେ ଦେଶର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିବା ସହ ନିର୍ବାଚନ ପ୍ରକ୍ରିୟା ଉପରେ ରୋକ ଲଗାଇଥିଲେ।
from Odisha Reporter https://ift.tt/2SoJMA3
No comments:
Post a Comment