ପୂଜାରାଙ୍କ ବ୍ୟାଟ୍‌ରୁ ବାହାରିଲା ଆଉ ଏକ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ପୂଜାରାଙ୍କ ବ୍ୟାଟ୍‌ରୁ ବାହାରିଲା ଆଉ ଏକ ଶତକ

pujara

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା। ଏହା ହେଉଛି ତାଙ୍କର ୧୭ତମ ଟେଷ୍ଟ୍ ଶତକ। ବକ୍ସିଂ ଡେ’ ଟେଷ୍ଟରେ ଶତକ ମାରିବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ଚତୁର୍ଥ ଶତକ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ଦ୍ୱିତୀୟ ଶତକ। ଏହା ପୂର୍ବରୁ ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ପୂଜାରା ଶତକ ମାରିଥିଲେ।

ଗତକାଲି ୬୮ ରନ୍ କରି ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରା କରିଛନ୍ତି। ସେ ୨୮୫ ବଲ୍‌ରୁ ଶତକ ପୂରଣ କରିଥିଲେ। ସେ ୨୯୪ ବଲ୍‌ରେ ୧୦୩ ରନ୍ କରି ଏବେ ବି କ୍ରିଜ୍‌ରେ ଅଛନ୍ତି।

ପୂଜାରାଙ୍କ ସହିତ ବିରାଟ କୋହଲି ମଧ୍ୟ କ୍ରିଜ୍‌ରେ ଅଛନ୍ତି। ଗତକାଲି ୪୭ ରନ୍ କରି ଅପରାଜିତ ଥିବା ବିରାଟ ଆଜି ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ୧୮୨ ବଲ୍‌ରୁ ୬୯ ରନ୍ କରି କ୍ରିଜ୍‌ରେ ଅଛନ୍ତି।
ଲଞ୍ଚ୍ ସୁଦ୍ଧା ଭାରତୀୟ ଦଳ ଦୁଇ ୱିକେଟ୍ ହରାଇ ୨୭୭ ରନ୍ କରିଛି।

ଗତକାଲି ମୟଙ୍କ ଅଗ୍ରୱାଲ୍ ୭୬ ରନ୍‌ର ଡେବ୍ୟୁ ଇନିଂସ୍ ଖେଳିଥିବା ବେଳେ ହନୁମା ବିହାରୀ ମାତ୍ର ୮ ରନ୍‌ରେ ଆଉଟ୍ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ପୂଜାରା ଦୁଇଟି ଇନିଂସ୍‌ରେ ମିଶି ୧୯୪ ରନ୍ କରି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପାଇଥିଲେ। ପ୍ରଥମ ଇନିଂସ୍‌ରେ ସେ ୧୨୩ ରନ୍ କରିଥିଲେ।



from Odisha Reporter http://bit.ly/2Q3P6al

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages