ଶରୀର, କେଶ ଓ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ ପିଜୁଳି ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଶରୀର, କେଶ ଓ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ ପିଜୁଳି ପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗାଁ ଗହଳିରେ ପିଲାମାନେ ଯେଉଁକିଛି ସିଜିନ୍ ଫ୍ରୁଟ୍ ଖାଇ ବଡ଼ ହୁଅନ୍ତି, ତା’ ଭିତରେ ପିଜୁଳି ସର୍ବାଧିକ ଲୋକପ୍ରିୟ। ଅନେକ ଜାଗାରେ ପିଜୁଳି ଗଛ ଅଛି ଯାହା ବାରମାସିଆ। ବର୍ଷସାରା ଏଥିରେ ପିଜୁଳି ଫଳେ। ପିଜୁଳି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ । ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍ ଓ ଫ।ଇବର ଭରପୁର ହୋଇ ରହିଥାଏ।  ପେଟ ସମ୍ବନ୍ଧୀୟ ଅନେକ ରୋଗ ପିଜୁଳି ଖାଇଲେ ଭଲ ହୋଇଥାଏ । ତେବେ ଏହାର ପତ୍ର ମଧ୍ୟ କିଛି କମ୍ ଗୁଣକାରୀ ନୁହେଁ । ଏହା ମୁହଁରୁ ଆରମ୍ଭ କରି ପେଟ ପର୍ଯ୍ୟନ୍ତ ଅନେକ ରୋଗ ଭଲ କରିଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍‌, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଫ୍ଲେମେଟୋରୀ ଗୁଣ ରହିଛି। ପିଜୁଳି ପତ୍ରର ରସ ଅବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚାହା ପିଇବା ଦ୍ୱାରା ତ୍ୱଚା, କେଶ ଓ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ର ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ।

୧) ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର ଚାହା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ। ରକ୍ତରେ ବଢ଼ୁଥିବା ଶର୍କରା ଭାଗକୁ କମ୍‌ କରିବାର ପିଜୁଳି ପତ୍ରରେ ଶକ୍ତି ରହିଛି। ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

୨) ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି କ୍ଷୀରରେ ମିଶାଇ ପିଇଲେ ନିଦ୍ରାହୀନତା ଦୂର ହୋଇଥାଏ।

୩) ପିଜୁଳି ପତ୍ରକୁ ଚୋବାଇଲେ ପେଟରେ ଥିବା କୃମିକୁ ନଷ୍ଟ  ହୋଇଥାଏ।

୪) ପିଜୁଳି ପତ୍ରର କଅଁଳିଆ ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୋଇଥାଏ।

୫) ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହେବାସହ କୋଷ୍ଠକାଠିନ୍ୟ ମଧ୍ୟ ଦୂର ହୋଇଥାଏ।

୬)  ପିଜୁଳି ପତ୍ର ଚାହା ପିଇବା‍ ଦ୍ୱାରା କୋଲେଷ୍ଟ୍ରେଲ୍‌ ସ୍ତର କମ୍‌ ରହିବା ସହ ଆମ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଫଳରେ ଆମ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ।

୭) ପିଜୁଳି ପତ୍ର କେଶ ପାଇଁ  ଅନେକ ଲାଭାକରୀ ପିଜୁଳି ପତ୍ର। ପିଜୁଳି ପତ୍ରକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଚୁଟି ଝଡିବା ବନ୍ଦ ହେବା ସହ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ।

୮)  ତ୍ୱଚା ପାଉଁ ମଧ୍ୟ ପିଜୁଳି ପତ୍ର ବେଶ୍ ଉପକାରୀ। ପିଜୁଳି ପତ୍ରରେ ଥିବା ଆଣ୍ଟିସେପ୍ଟିକ୍‌ ଗୁଣ ବ୍ୟାକ୍ଟେରିଆ ନଷ୍ଟ କରିଥାଏ। ଏହାକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ।

 

 



from Odisha Reporter https://ift.tt/2SDpyCI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages