ଭିଡିଓ ଜାରି କରି ଜୀବନ ବଞ୍ଚାଇବାକୁ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଭିଡିଓ ଜାରି କରି ଜୀବନ ବଞ୍ଚାଇବାକୁ ନିବେଦନ

dadana

ନୀଳଗିରି (ବିଶ୍ୱମ୍ୱର ଦାସ): ରୋଜଗାର ଆଶାରେ ଜଣେ ଯୁବକ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ସେଠାରେ ଏବେ ରୋଗାକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ପାଖରେ ପଇସା ନାହିଁ। ତେଣୁ ସେ ଏକ ଭିଡିଓ ଜାରି କରି ତାଙ୍କ ଜୀବନ ବଞ୍ଚାଇବାକୁ ନିବେଦନ କରିଛନ୍ତି।

ଏହି ଯୁବକଙ୍କ ନାଁ କମଳ ଲୋଚନ ଘଡ଼େଇ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ବରହମପୁର ଥାନା ଅନ୍ତର୍ଗତ ବାଙ୍କୀସାହି ଗାଁରେ। ସେ ହେଉଛନ୍ତି ବାଙ୍କୀସାହିର ଯତୀନ୍ଦ୍ର ଘଡ଼େଇଙ୍କ ସାନପୁଅ।

ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଯୁକ୍ତ ଦୁଇ ପରୀକ୍ଷା ନଦେଇ କାମଧନ୍ଦା ଅନ୍ୱେଷଣରେ ସେ ଚେନ୍ନାଇ ଚାଲି ଯାଇଥିଲେ ଓ ସେଠାରେ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରିଥିଲେ। ହେଲେ ସେଠି ଚାରି ଦିନ ଧରି ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ପଡ଼ିଲା। ଫଳରେ ସେ ସେଠାରୁ ଚାକିରି ଛାଡ଼ି ଦେଇଥିଲେ ଓ ଆଉ ଏକ ସଂସ୍ଥାରେ ସୁଇପର୍ ଭାବେ କାମ କରିଥିଲେ। ଏହି ସମୟରେ ତାଙ୍କୁ ଜୋରରେ ଥଣ୍ଡା ହେବା ସହିତ ଜ୍ୱର ହୋଇଥିଲା ଓ ପରେ ଛାତିରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜାରି କରିଥିବା ଭିଡିଓରେ କମଳ କହିଛନ୍ତି ଯେ, ଚିକିତ୍ସା ପାଇଁ ବହୁତ ଅର୍ଥ ଖର୍ଚ୍ଚ ହେଉଛି। ଘରୁ କିଛି ଟଙ୍କା ପଠାଇଥିଲେ, କିନ୍ତୁ ତାହା ବି ଯଥେଷ୍ଟ ନୁହେଁ। ତାଙ୍କ ଚିକିତ୍ସା ପାଇଁ କେହି ସାହାଯ୍ୟ କଲେ ସେ ସୁସ୍ଥ ହୋଇ ଘରକୁ ଫେରିପାରିବେ ବୋଲି କହିଛନ୍ତି।

କମଳଙ୍କ ପାଖରେ ତାଙ୍କ ବଡ଼ ଭାଇ ଅଛନ୍ତି। ତେବେ ଅର୍ଥ ଅଭାବରୁ ରୋଗୀଙ୍କୁ ମିଳୁଥିବା ଖାଦ୍ୟକୁ ଦୁଇ ଭାଇ ଖାଉଛନ୍ତି।

ଏହି ଘଟଣା ସମ୍ପର୍କରେ ନୀଳଗିରି ତହସିଲଦାର କହିଛନ୍ତି,“କମଳଙ୍କ ପରିବାର ଲୋକେ ଆମକୁ ବିଧିବଦ୍ଧ ଭାବେ ଅଭିଯୋଗ କରନ୍ତୁ। ଆମେ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ତଦନ୍ତ କରିବୁ। ତାଙ୍କୁ ଆର୍ଥିକ ସହୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯିବ।”



from Odisha Reporter http://bit.ly/2ByForq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages