ଡିସେମ୍ବର ୧୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେସିଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଡିସେମ୍ବର ୧୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେସିଆର୍‌

ହାଇଦ୍ରାବାଦ: ଆଗୁଆ ନିର୍ବାଚନ ପାଇଁ ବିଧାନସଭା ଭାଙ୍ଗିଥିବା ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ(କେସିଆର୍‌)ଙ୍କ ରଣନୀତି ଶେଷରେ ସଫଳ ହୋଇଛି। କେସିଆର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୧୩ ତାରିଖରେ ଶପଥ ଗ୍ରହଣ କରିବେ। ଆଜି ଦଳୀୟ ବୈଠକରେ କେସିଆର ଏହି ସୂଚନା ଦେଇଛନ୍ତି।

ଆସନ୍ତାକାଲି ଏନେଇ ଟିଆରଏସ୍‌ର ବିଧାୟକ ଦଳ ବୈଠକ ବସିବ। ତେଲେଙ୍ଗାନା ବିଧାନସଭାର ୧୧୯ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୬୦।

ଟିଆରଏସ ୭୩ଟିରେ ଜିତିଥିବା ବେଳେ ୧୫ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଓ ଟିଡିପି ମେଣ୍ଟ ୧୮ଟି ଆସନରେ ଜିତିଥିବା ବେଳେ ୧ଟିରେ ଆଗୁଆ ରହିଛି। ଏଠାରେ ବିଜେପି ମାତ୍ର ଗୋଟିଏ ଆସନରେ ଜିତିଛି। ଅନ୍ୟାନ୍ୟ ଦଳ ୭ଟି ଆସନରେ ଜିତିଥିବା ବେଳେ୪ଟିରେ ଆଗୁଆ ରହିଛନ୍ତି।



from Odisha Reporter https://ift.tt/2QoWIcx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages