ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିବ ପାସ୍‌, ଫେଲ୍‌ ବ୍ୟବସ୍ଥା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିବ ପାସ୍‌, ଫେଲ୍‌ ବ୍ୟବସ୍ଥା!

school

କଟକ (ଓଡ଼ିଶା ରିପୋର୍ଟର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ କାହାରିକୁ ଫେଲ୍‌ କରାଯିବାର ବ୍ୟବସ୍ଥା ନାହିଁ। ଅର୍ଥାତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପରୀକ୍ଷା ଦେଇ ଉପର ଶ୍ରେଣୀକୁ ଉନ୍ନୀତ ହେଉଛନ୍ତି। ହେଲେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର।

କଟକରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାତ୍ର କହିଛନ୍ତି, “ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌, ଫେଲ୍‌ ବ୍ୟବସ୍ଥା ରହିବା ଉଚିତ୍। ଏହାଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହୋଇପାରିବ। ପାସ୍, ଫେଲ୍ ବ୍ୟବସ୍ଥା ଲାଗୁ ହେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହେବା ସହ ବ୍ୟବସ୍ଥାରେ ସୁଧାର ଆସିପାରିବ।”

ସେହିଭଳି ଛାତ୍ରଛାତ୍ରୀମାନଙ୍କ ସ୍କୁଲ ବ୍ୟାଗ ଉପରେ ବୋଝ ଅଯଥା ଲଦା ଯାଉଥିବାରୁ ଏହାକୁ କମାଇବା ଦରକାର ବୋଲି ଯୁକ୍ତି ବାଢିଛନ୍ତି ମନ୍ତ୍ରୀ।

ମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଉଭୟ ଅଭିଭାବକ ଓ ଶିକ୍ଷକମାନେ ସ୍ୱାଗତ କରିଛନ୍ତି। ତେବେ ଏହି ପରିବର୍ତ୍ତିତ ବ୍ୟବସ୍ଥା କେବେ ଲାଗୁ ହେବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।



from Odisha Reporter http://bit.ly/2GA4AU9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages