
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ସାଧରଣତଃ ଆପଣ ଘରେ ବା କେଉଁ ଉତ୍ସବରେ ଚାଉଳ ଖିରି, ଛେନା ଖିରି, ଗହମ ବା ସୁଜି ଖିରି ଖାଇଥିବେ। ଆଜି ଆମେ ଆପଣଙ୍କୁ ସାଗୁ ଦାନା ଖିରିର ପ୍ରସ୍ତୁତି ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ସାଗୁ ଦାନା, ଖିର, ଚିନି, କାଜୁ, କିସ୍ମିସ୍, କେଶର ଓ ଗୁଜୁରାତି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖିରି ପାଇଁ ଆବଶ୍ୟକ ଅନୁଯାୟୀ ଖିରକୁ ଫୁଟାନ୍ତୁ। ଏବେ ସାଗୁ ଦାନାକୁ ଧୋଇ ଫୁଟୁଥିବା ଖିରରେ ପକାନ୍ତୁ। ଏଥିସହ କିଛି କିସ୍ମିସ୍, କାଜୁ ଏବଂ କେଶର ପକାନ୍ତୁ। ଏହାପରେ ଏଥିରେ ସ୍ୱାଦ ଅନୁସାରେ ଚିନି ଏବଂ ଗୁଜୁରାତି ପାଉଡର୍ ପକାଇ କିଛି ସମୟ ଖିରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ବାସ୍ ଖିର ସମ୍ପୂର୍ଣ୍ଣ ଫୁଟିଯିବା ପରେ ପ୍ରସ୍ତୁତ ହୋଇଗଲା ‘ସାଗୁ ଦାନା ଖିରି’। ଏହାକୁ ଚୁଲିରୁ ଓହ୍ଲାଇ ଥଣ୍ଡା କରିବା ପରେ ପରଷନ୍ତୁ।
from Odisha Reporter https://ift.tt/2Cjz7Sc
No comments:
Post a Comment