ବଜାରକୁ ଆସିଲା ନୋକିଆର ନୂଆ ମଡେଲ Nokia 7.1 : ଦାମ ୧୯,୯୯୯ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ବଜାରକୁ ଆସିଲା ନୋକିଆର ନୂଆ ମଡେଲ Nokia 7.1 : ଦାମ ୧୯,୯୯୯

ନୂଆଦିଲ୍ଲୀ:ଫିନ୍‌ଲେଣ୍ଡ କମ୍ପାନୀ ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତରେ Nokia 6.1ର ପରବର୍ତ୍ତୀ ଭେରିଆଣ୍ଟ Nokia 7.1 ଲଞ୍ଚ କରାଯାଇଛି। ଏହାର ଦାମ ୧୯,୯୯୯ ରହିଛି। ଏହି ମୋବାଇଲ ଡିସେମ୍ବର ୭ରୁ ବିକ୍ରି ପାଇଁ ଉପଲବ୍ଧ ହେବ। ଏହାକୁ ଆପଣ ନୋକିଆ ୱେବ୍‌ସାଇଟ୍‌ ଏବଂ ରିଟେଲରଙ୍କ ପାଖରୁ କିଣିପାରିବେ । ତେବେ ଏହି ନୂଆ ମଡେଲଟି HDR10 କ୍ୱାଲିଟିର ବୋଲି ଦାବି କରାଯାଇଛି।

ଏହି ସ୍ମାର୍ଟ ଫୋନ୍‌ ଦୁଇଟି କଲର ଭେରିଆଣ୍ଟ ତଥା ମିଡ୍‌ନାଇଟ୍‌ ବ୍ଲୁ ଏବ ଗ୍ଲାସ୍‌ ସ୍ଟିଲ୍‌ ରଙ୍ଗରେ ଉପଲବ୍ଧ। ନୋକିଆ 7.1 ମୋବାଇଲଟି ସମ୍ପୂର୍ଣ୍ଣ ଏଚ୍‌ଡି ଡିସପ୍ଲେ  ଥିବା ବେଳେ ଏଥିରେ ଗରିଲା ଗ୍ଲାସ ରହିଛି। ସେହିପରି ୩୨ ଜିବି ଇଣ୍ଟରନାଲ ମେମୋରିରେ ୩ ଜିବି ରାମ୍‌ ଏବଂ ୬୪ ଜିବି ଇଣ୍ଟରନାଲ ମେମୋରିରେ ୪ଜିବି ରାମ୍‌ ଉପଲବ୍ଧ ରହିଛି। ସେହିପରି ଏଥିରେ ଡ୍ୟୁଆଲ୍‌ ରିଅର କ୍ୟାମେରା ଯଥା ପ୍ରଥମଟି ୧୨ ମେଗାପିକ୍ସେଲ ସହ f / 1.8 aperture ଏବଂ ଦ୍ୱିତୀୟଟି ୫ ମେଗାପିକ୍ସେଲ ସହ f / 1.8 aperture ରହିଛି।

ଏହି ସ୍ମାର୍ଟଫୋନ୍‌ଟି ୩,୦୬୦ ଏମ୍‌ଏଚ୍‌ ବ୍ୟାଟେରୀ ସପୋର୍ଟ ରହିଛି।  ୩୦ ମିନିଟ୍‌ରେ ଏହା ୫୦ ପ୍ରତିଶତ ଅଧିକ ଚାର୍ଜ ହୋଇ ପାରିବ। ଏହାର ସେଲ୍‌ଫି ୮ ମେଗାପିକ୍ସେଲର ରହିଛି। Nokia 7.1.ରେ ଅଣ୍ଡ୍ରଏଡ୍‌ 9 Pie ଫିଚର ରହିଛି। ଏଥିରେ ୟୁଏସ୍‌ବି ଟାଇପ୍‌ ସି ପୋର୍ଟ ସପୋର୍ଟ ଥିବା ବେଳେ 3.5mm ହେଡ୍‌ ଫୋନ୍‌ ଜାକ୍‌  4G LTE ଏବଂ WiFi ସପୋର୍ଟ ମଧ୍ୟ ଉପଲବ୍ଧ।



from Odisha Reporter https://ift.tt/2QclRra

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages